maa mangala vihar

ହତ୍ୟା ଉଦ୍ୟମ, ଅଭିଯୁକ୍ତ ସ୍ୱାମୀକୁ ସାଢ଼େ ୩ ବର୍ଷ ଜେଲ

0

ତାଳଚେର:ପତ୍ନୀକୁ ନିର୍ଯାତନା ଦେବା ସହ ହତ୍ୟା ଉଦ୍ୟମ ଅଭିଯୋଗରେ ତାଳଚେର ସବଜେଲରେ ବିଚାରାଧୀନ କଏଦୀ ଭୀଷ୍ମ ପ୍ରଧାନଙ୍କୁ ସାଢ଼େ ୩ ବର୍ଷର ଜେଲଦଣ୍ଡାଦେଶ ପ୍ରଦାନ କରିଛନ୍ତି ଅଦାଲତ । ଆଇପିସି ଧାରା ୩୦୭, ୪୯୮(କ) ଓ ୩୨୪ରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୩ ବର୍ଷ ୬ ମାସ କାରାଦଣ୍ଡ ସାଙ୍ଗକୁ ୫୦୦ ଟଙ୍କା ଜୋରିମାନା, ଜୋରିମାନା ଅନାଦେୟ ୨ ମାସ କାରାଦଣ୍ଡ ଭୋଗିବାକୁ ତାଳଚେର ଅତିରିକ୍ତ ଜିଲ୍ଲାଜଜ୍ ଅମୃତ ରଞ୍ଜନ ନନ୍ଦ ଆଦେଶ ଦେଇଛନ୍ତି । ପ୍ରକାଶ ଯେ, ଏନଟିପିସି ଥାନା ସାରଥିପାଳ ଗ୍ରାମର ଭୀଷ୍ମ ତାଙ୍କ ପତ୍ନୀଙ୍କୁ ୨୦୧୭ ମସିହା ଡିସେମ୍ବର ୨୬ ତାରିଖରେ ଟାଙ୍ଗିଆରେ ଆକ୍ରମଣ କରି ଜୀବନରେ ମାରିଦେବାକୁ ଉଦ୍ୟମ କରିବା ନେଇ ଅଭିଯୋଗ ହୋଇଥିଲା । ପୁଲିସ ଏ ସଂକ୍ରାନ୍ତରେ ଏକ କେସ୍ ରୁଜୁ କରି ତଦନ୍ତ ଚଳାଇଥିଲା । ସରକାରଙ୍କ ତରଫରୁ ଓକିଲ ନିର୍ମଳ କୁମାର ତ୍ରିପାଠୀ, ଜ୍ୟୋତି ପ୍ରକାଶ ମହାପାତ୍ର ଓ ନରେଶ ଚନ୍ଦ୍ର ନାୟକ ପରିଚାଳନା କରୁଥିଲେ ।

 

Leave A Reply

Your email address will not be published.