୧ ଲକ୍ଷ ୬ ହଜାର ୨୦୫ ଟଙ୍କାରେ ନିଲାମ ହେଲା ମା’ ଗଜଲକ୍ଷ୍ମୀଙ୍କ ଆଜ୍ଞାମାଳ

You are currently viewing ୧ ଲକ୍ଷ ୬ ହଜାର ୨୦୫ ଟଙ୍କାରେ ନିଲାମ ହେଲା ମା’ ଗଜଲକ୍ଷ୍ମୀଙ୍କ ଆଜ୍ଞାମାଳ

ଅନୁଗୁଳ : ଶେଷ ହେଲା ମା’ ଗଜଲକ୍ଷ୍ମୀଙ୍କ ପୂଜା। ବିଦାୟ ନେଲେ ମା’ ଧନଦାତ୍ରୀ। ଏଥିପାଇଁ ଗାଁ ଠାରୁ ସହର ଯାଏଁ ସବୁ ଜାଗା ଉଠୁଥିଲା ପଡୁଥିଲା। ଚଳିତ ବର୍ଷ ତାଳଚେର ବ୍ଲକ୍ ଧରମପୁରରେ ମଧ୍ୟ ଖୁବ୍ ଧୁମ୍ ଧାମରେ ଗଜଲକ୍ଷ୍ମୀଙ୍କ ପୂଜା ପାଳିତ ହୋଇଛି। ମହାବୀର ଲକ୍ଷ୍ମୀପୂଜା କମିଟି ପକ୍ଷରୁ ଆଜି ଭସାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ପ୍ରତି ବର୍ଷ ଭଳି ମହାବୀର ଲକ୍ଷ୍ମୀପୂଜା କମିଟିରେ ମଙ୍ଗଳବାର ମା’ ଗଜଲକ୍ଷ୍ମୀଙ୍କ ଆଜ୍ଞାମାଳ ନିଲାମ ହୋଇଛି। ଆଜ୍ଞାମାଳରେ ମା’ଙ୍କ ପ୍ରତିମା, ରୁପା ଟଙ୍କା, ରୁପା ପାଉଁଜି ଓ ସୁନା ନାକ ଫୁଲ ଥିଲା। ଆଜି ଆଜ୍ଞାମାଳ ନିଲାମ ଡକାଯାଇଥିଲା। ୧୦୦୦ ଟଙ୍କାରୁ ନିଲାମ ଆରମ୍ଭ ହୋଇ ଶେଷରେ ୧ ଲକ୍ଷ ୬ ହଜାର ୨୦୫ ଟଙ୍କାରେ ଆଜ୍ଞାମାଳ ନିଲାମ ହୋଇଛି। ଆଜ୍ଞାମାଳ ନେଇଥିବା ନିଲାମଧାରୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା।

Share

Leave a Reply