ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ

You are currently viewing ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ

ଅନୁଗୁଳ: ଜିଲ୍ଲାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଓଡିଶା ସରକାର ନେଇଛନ୍ତି ପଦକ୍ଷେପ। ଏଥିପାଇଁ ବିଦ୍ୟାଳୟର ଭିତ୍ତିଭୂମି ଓ ଉନ୍ନତମାନର ଶିକ୍ଷା ବ୍ୟବସ୍ଥା ପାଇଁ ଓଡିଶାର ପ୍ରତି ବ୍ଲକରେ ୨ଟି ଲେଖା ପ୍ରାଥମିକ ବିଦ୍ୟାଳୟକୁ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ନାମରେ ନାମିତ କରାଯାଇ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ଏହି ପରିପ୍ରେକ୍ଷିରେ ବୁଧବାର ଅନୁଗୁଳ ବ୍ଲକ କୁମରସିଂହା ପ୍ରାଥମିକ ବିଦ୍ୟାଳୟ ଓ ପୋକତୁଙ୍ଗା ପ୍ରାଥମିକ ବିଦ୍ୟାଳୟ ପରିସରରେ ଭିତ୍ତିପ୍ରସ୍ଥର ସ୍ଥାପନ ହୋଇଯାଇଛି।

ଏନେଇ ପୋକତୁଙ୍ଗା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଜୟ କୁମାର ଦେହୁରୀଙ୍କ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ସମ୍ମାନୀତ ଅତିଥି ଭାବେ ସାଂସଦଙ୍କ ପ୍ରତିନିଧି ପ୍ରଭାତ ପ୍ରଧାନ, ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ସାହୁ, ଅନୁଗୁଳ ବିଡିଓ ଡ. ବିଶ୍ଵ ଭୂଷଣ, ବ୍ଲକ ଶିକ୍ଷାଧିକାରୀ ଅଶୋକ କୁମାର ପ୍ରଧାନ, ସ୍ଥାନୀୟ ସରପଞ୍ଚ ସୁଜିତ ମହାଳିକ, ସମିତି ସଭ୍ୟ ଆଦିକନ୍ଦ ବେହେରା ଯୋଗ ଦେଇଥିଲେ। ଅତିଥି ମାନଙ୍କୁ ମମତା ସାହୁ, ବିଜୟା ପ୍ରିୟଦର୍ଶିନୀ ସ୍ୱାଗତ ସମ୍ବର୍ଦ୍ଧିତ କରିଥିବା ବେଳେ ପ୍ରଧାନ ଶିକ୍ଷକ ସ୍ଵାଗତ ଭାଷଣ ଓ ଶିକ୍ଷୟତ୍ରୀ ଭାରତୀ ପାତ୍ର ମଞ୍ଚ ପରିଚାଳନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରୀଛାତ୍ର, ଶିକ୍ଷୟତ୍ରୀ, ଶିକ୍ଷକଙ୍କ ସହ ପରିଚାଳନା କମିଟି ସଭାପତି ପ୍ରଦୀପ କୁମାର ପ୍ରଧାନ, ସିଆରସିସି ଜିତେନ୍ଦ୍ର ବେହେରା, ମଣ୍ଡଳ ସଭାପତି ସୁଲଭ ଦେହୁରୀ, ସଞ୍ଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply