ଅନୁଗୁଳ: ପାଳଲହଡ଼ା ବ୍ଲକ ଖମାର ଥାନା ଇଲାକା କୁଞ୍ଜମ ଗ୍ରାମରେ ୨ ଜଣ ଫାଇନାନ୍ସ କର୍ମଚାରୀ ଲୁଟ୍ପାଟର ସମ୍ମୁଖିନ ହୋଇଛନ୍ତି । ୩ ଜଣ ଦୁର୍ବୃତ୍ତ ମୁଣ୍ଡରେ ବନ୍ଧୁକ ଲଗାଇବା ସହ ଭୁଜାଲି ଆକ୍ରମଣ କରି ୯୧ ହଜାର ଟଙ୍କା ଲୁଟି ନେଇଛନ୍ତି । ସୂଚନା ମୁତାବକ, ଲୁଟ୍ର ଶିକାର ହୋଇଥିବା ୨ ଯୁବକ ହେଲେ ଜ୍ଞାନରଞ୍ଜନ ମିଶ୍ର ଓ ସୁଧୀର କର। ଉଭୟ ଅନ୍ନପୂର୍ଣ୍ଣା ଫାଇନାନ୍ସରେ କାମ କରନ୍ତି । ଉଭୟ ଗତ ୮ ତାରିଖ ଦିନ ଦେଇଥିବା ରଣ ବାବଦକୁ କିସ୍ତି ଆଦାୟ କରିବା ପାଇଁ କୁଞ୍ଜାମ ଗ୍ରାମକୁ ଯାଇଥିଲେ । ସେଠାରୁ ୯୧ ହଜାର ୨୭୬ ଟଙ୍କା ଆଦାୟ କରି ବାଇକ୍ରେ ଫେରୁଥିଲେ। କୁଞ୍ଜାମ ଗ୍ରାମ ମୁଣ୍ଡରେ ୩ ଜଣ ଅଜଣା ଯୁବକ ସେମାନଙ୍କ ବାଟ ଓଗାଳିଥିଲେ । ମୁଣ୍ଡରେ ବନ୍ଧୁକ ଲଗାଇବା ସହ ଭୁଜାଲି ଆକ୍ରମଣ କରି ସେମାନଙ୍କ ଠାରୁ ସମସ୍ତ ଟଙ୍କା, ମୋବାଇଲ୍ ଲୁଟି ପାଖରେ ଥିବା ଜଙ୍ଗଲକୁ ପଳାଇଥିଲେ।ଫାଇନାନ୍ସ କମ୍ପାନୀର ୟୁନିଟ୍ ମ୍ୟାନେଜର ଶ୍ରୀକାନ୍ତ କୁମାର ସାହୁ ବୁଧବାର ସନ୍ଧ୍ୟାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ୍ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଛି।
ଫାଇନାନ୍ସ କର୍ମଚାରୀଙ୍କୁ ଲୁଟ୍, ଭୁଜାଲିରେ ହାଣି ନେଇଗଲେ ୯୧ ହଜାର
- Post published:March 12, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
