ଟ୍ରାନ୍ସଫର୍ମର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଚୋରି

0

ଅନୁଗୁଳ: ସଦର ଥାନା ଇଲାକା ଆଟିଓ ଅଫିସ୍ ନିକଟରେ ଏକ ନିର୍ମାଣାଧୀନ କୋଠାରୁ ବଡ଼ଧରଣର ଚୋରି ହୋଇଛି । କିଛି ଦୁର୍ବୃତ୍ତ ଗତ ମଙ୍ଗଳବାର ରାତିରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟି ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନା ମୁତାବକ, ହୁଲୁରିସିଂହା ଗ୍ରାମର ରିଷଭ କୁମାର ଗୁପ୍ତାଙ୍କ ଏକ କୋଠା ଆରଟିଓ ଅଫିସ୍ ନିକଟରେ ନିର୍ମାଣ ଚାଲିଛି । ବିଦ୍ୟୁତ୍ ଟ୍ରାନ୍ସଫର୍ମରକୁ ବିଜୁଳି ସଂଯୋଗ ହୋଇନଥିବା ବେଳେ ମଙ୍ଗଳବାର ରାତିରେ ଦୁର୍ବୃତ୍ତ କଳାକନା ବୁଲାଇଛନ୍ତି । ଟ୍ରାନ୍ସଫର୍ମର ସହିତ ପାଣି ପମ୍ପ, ୪୦ ବସ୍ତା ସିମେଣ୍ଟ, ପାଣି ପାଇପ୍, କଟର ଓ ଦେଢ଼ କୁଇଣ୍ଟାରୁ ଉର୍ଦ୍ଧ ଛଡ଼ ଲୁଟି ନେଇଛନ୍ତି । ସଦର ଥାନାରେ ଶ୍ରୀ ଗୁପ୍ତା ଏନେଇ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

 

Leave A Reply

Your email address will not be published.

error: Content is protected !!