ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଲଙ୍ଗୁଳିଆବେଡା ଗ୍ରାମର ଅଧୁଷ୍ଠାତ୍ରୀ ଦେବୀ ମା’ ଗ୍ରାମେଶ୍ବରୀଙ୍କ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ପ୍ରତ୍ୟେକ ବର୍ଷ ଅଶ୍ବିନୀ ମାସ ପୂର୍ଣିମା ଦିନ ଗ୍ରାମବାସୀ ଏହି ଉତ୍ସବ ପାଳନ କରିଥାନ୍ତି । ବୁଧବାର ସକାଳୁ ମା’ଙ୍କ ସେବକ ନରେଶ ଚନ୍ଦ୍ର ଦେହୁରୀ ଆଲମ ଘରେ ପୂଜାର୍ଚ୍ଚନା କରି ପୀଠସ୍ଥଳୀଙ୍କୁ ଯିବାକୁ ନିମନ୍ତ୍ରଣ କରିଥିଲେ। ମଧ୍ୟାନରେ ଦେବୀଙ୍କୁ ଢୋଲ, ନିଶାଣ, ଛତି ତରାଶ ଓ ହରିବୋଲ ହୁଳହୁଳି ମାଧ୍ୟମରେ ଗ୍ରାମର ମୁଖ୍ୟରାସ୍ତା ପରିକ୍ରମା କରାଯାଇ ପୀଠସ୍ଥଳୀକୁ ଅଣାଯାଇଥିଲା। ମା, ମାଉସୀମାନେ ବାଟରେ ନୂତନ ବସ୍ତ୍ର ପକାଇବା ସହ ବନ୍ଦାପନା କରିଥିଲେ । ମା’ଙ୍କ ଆଲମ ପୀଠସ୍ଥଳୀରେ ପହଞ୍ଚିବା ପରେ ମାଜଣା କରାଯାଇଥିଲା। ଏହି ଅବସରରେ ବହୁ ଶିଶୁ ମୁଣ୍ଡନ ହୋଇଥିଲେ । ମାଜଣା ପରେ ଦେହୁରୀଙ୍କ ସହଯୋଗୀ (ବେଲପତରିଆ) ବଳଭଦ୍ର ସାହୁଙ୍କ ସହାୟତାରେ ଷୋଡଶ ଉପଚାରରେ ମା’ଙ୍କ ପୂଜାପାଠ କରାଯାଇଥିଲା। ଗ୍ରାମ ସଭାପତି ଅକ୍ଷୟ କୁମାର ବିଶୋଇ, ସମ୍ପାଦକ ଗନ୍ଧର୍ବ ସାହୁ, ସୁଦର୍ଶନ ପ୍ରଧାନ, ନାରାୟଣ ସାହୁ, ପ୍ରକାଶ ବିଶ୍ଵାଳ, ବ୍ରଜବନ୍ଧୁ ସାହୁ, ଗୋଲେଖ ବିଶ୍ବାଳ, ଆଦିକନ୍ଦ ସାହୁ ଓ ନିଶାମଣୀ ସେଠୀଙ୍କ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।
ମା’ ଗ୍ରାମେଶ୍ବରୀଙ୍କ ବାର୍ଷିକୋତ୍ସବ
- Post published:October 21, 2021
- Post category:କଳା ଓ ସଂସ୍କୃତି
- Post comments:0 Comments
- Post author:Sanjeeb Biswal

You Might Also Like
David Davis vows Northern Ireland will not be ‘left behind’ in EU single market or customs union with softer Brexit deal
Facebook creates ‘reactive’ profile pictures that ‘come alive’ but results look creepy
