ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସରିଲା ମା’ ହିଙ୍ଗୁଳା ଯାତ୍ରା ଓ ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ, ଏପ୍ରିଲ ୪ରୁ ଆରମ୍ଭ ହେବ ଯାତ୍ରା

You are currently viewing ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସରିଲା ମା’ ହିଙ୍ଗୁଳା ଯାତ୍ରା ଓ ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ, ଏପ୍ରିଲ ୪ରୁ ଆରମ୍ଭ ହେବ ଯାତ୍ରା

ତାଳଚେର: ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଓ ଲୋକ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ପୀଠ ପରିସରରେ ଅନୁଷ୍ଠିତ ହୋଇଛି। ତାଳଚେର ଉପଜିଲ୍ଲାପାଳ ତଥା ହିଙ୍ଗୁଳା ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ବିଶ୍ବରଂଜନ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ଥାନୀୟ ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ସମେତ ଟ୍ରଷ୍ଟ ବୋର୍ଡର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

ଚଳିତ ବର୍ଷ ମା’ଙ୍କ ଯାତ୍ରା ଏପ୍ରିଲ ୪ ତାରିଖ ଠାରୁ ଆରମ୍ଭ ହୋଇ ୧୨ ତାରିଖ ଯାଏଁ ଚାଲିବ ବୋଲି ରାଜାଙ୍କ ପୂଜକ ପଞ୍ଜିକା ଗଣନା କରି କହିଥିଲେ। ଏଥରକ ଲୋକ ମହୋତ୍ସବରେ ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ନୃତ୍ୟ ଓ ଭଜନ ପରିବେଷଣ ହେବ ବୋଲି ନିଷ୍ପତ୍ତି ହୋଇଛି। ସ୍ଥାନୀୟ କଳାକାର ମଞ୍ଚରେ ନୃତ୍ୟ ପରିବେଷଣ କରିବେ।

ନିଷ୍ପତ୍ତି ଅନୁଯାୟୀ, ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ଥାନୀୟ ଦେଉଳବେଡା ମଙ୍ଗଳମ କ୍ଲବ ଠାରେ ଚଳିତ ୨୬ ତାରିଖ ଦିନ ନୃତ୍ୟ ପ୍ରତିଭା ଚୟନ ହେବାକୁ ଯାଉଛି। ଏଥିରେ ମନୋନୀତ ନୃତ୍ୟ ପ୍ରତିଭା କଳାକାର ହିଙ୍ଗୁଳା ମଞ୍ଚରେ ନୃତ୍ୟ ପରିବେଷଣ କରିବେ। ସେଥିପାଇଁ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆବେଦନ ପତ୍ର ଉପଲବ୍ଧ ରହିଅଛି। ଆବେଦନ ପତ୍ର ଗ୍ରହଣ କରିବାର ସମୟ ମାର୍ଚ୍ଚ ୨୪ ତାରିଖ ଅପରାହ୍ନ ୫ ଟା ରହିଛି। ବୈଠକରେ ଉପଖଣ୍ଡ ପ୍ରଶାସନ, ପୋଲିସ ପ୍ରଶାସନ ଓ ଏମ୍ସିଏଲର ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ।

Share

Leave a Reply