ଅନୁଗୁଳ: ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ପ୍ରତ୍ୟେକ ସ୍କୁଲ ଗୁଡିକରେ ଶିକ୍ଷା ସପ୍ତାହ ପାଳନ ଅବସରରେ ମା’ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏ ଅବସରରେ ସ୍ଥାନୀୟ ଏନ୍.ଏ.ସି ହାଇସ୍କୁଲରେ ଡିଇଓ ସୁସ୍ମିତା ସାହୁଙ୍କ ତତ୍ତ୍ଵାବଧାନରେ ସ୍କୁଲ ପରିସରରେ ବିଭିନ୍ନ ଗଛ ଲଗାଯାଇଥିଲା।ଏଥିରେ ପେଡାଗୋଜି ସଂଯୋଜକ ମନୋରଞ୍ଜନ ସାହୁ,ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଅମ୍ବୁଜ କୁମାର ଗଡ଼ନାୟକ,ସ୍କୁଲର ଅନେକ ଅଭିଭାବିକା ଏବଂ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଆମ ଜୀବନରେ ବୃକ୍ଷ ରୋପଣ ର ଉପଯୋଗିତା ଉପରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁସ୍ମିତା ସାହୁ ପିଲା ମାନଙ୍କୁ ବୁଝାଇଥିଲେ ।
ଶିକ୍ଷା ସପ୍ତାହରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମା’ ପାଇଁ ଗଛ ଟିଏ
- Post published:July 29, 2024
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul