ଜେସିଆଇର ଷଷ୍ଠ ସ୍ଥାପନା ଦିବସ,ମହେଶ ଅଗ୍ରୱାଲ ହେଲେ ନୂତନ ସଭାପତି

You are currently viewing ଜେସିଆଇର ଷଷ୍ଠ ସ୍ଥାପନା ଦିବସ,ମହେଶ ଅଗ୍ରୱାଲ ହେଲେ ନୂତନ ସଭାପତି

ତାଳଚେର: ଜୁନିଅର ଚାମ୍ବର ଇଣ୍ଟର୍ନେସନାଲ (ଜେସିଆଇ) ତାଳଚେର ଶାଖାର ଷଷ୍ଠ ସ୍ଥାପନା ଦିବସ ଶନିବାର ସନ୍ଧ୍ୟାରେ ପାଳିତ ହୋଇ ଯାଇଅଛି। ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ଉତ୍ସବରେ ନୂତନ ସଭାପତି ମହେଶ ଅଗ୍ରୱାଲ ଶପଥ ଗ୍ରହଣ କରିଥିଲେ। ବିଦାୟୀ ସଭାପତି କୁଶଳ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ତାଳଚେର ଉପ ଆରକ୍ଷୀ ଅଧିକ୍ଷକ ମାନସ ରଞ୍ଜନ ବାରିକ ମୁଖ୍ୟ ଅତିଥି, ବ୍ୟବସାୟୀ ସଂଘ (କେଟ)ର ଅନୁଗୁଳ ଜିଲ୍ଲା ଅଧ୍ୟକ୍ଷ କମଳ ଅଗ୍ରୱାଲ, ଯେସିଆଈ ଜୋନ ସଭାପତି ଅମନ୍ ଶୁକ୍ଳା, ପୂର୍ବତନ ଜୋନ ସଭାପତି ଆଶିଷ ଅଗ୍ରୱାଲ, ଉପଦେଷ୍ଟା ଡ.ରଶ୍ମି ରଂଜନ ମିଶ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସମାଜ ସେବା ଦିଗରେ ଜେସିଆଇ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପ୍ରକାଶ କରିଥିଲେ।

ବିଦାୟୀ ସଭାପତି କୁଶଳ ଅଗ୍ରୱାଲ ବିବରଣୀ ପାଠ କରିଥିଲେ। ପୂର୍ବତନ ଜୋନ ସଭାପତି ଆଶିଷ ଅଗ୍ରୱାଲ ନୂତନ ସଭାପତି ଓ କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଇବା ସହିତ ଦାୟିତ୍ଵ ହସ୍ତାନ୍ତର କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜେସିଆଇର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଦୀପ ପାଲ,ତାଳଚେର ଶାଖାର ପୂର୍ବତନ ସଭାପତି ରାକେଶ ଗୁପ୍ତା, ବାସୁଦେବ ସାହୁ, ଦୀପ୍ତି ରଞ୍ଜନ ବିଶ୍ଵାଳ, କୋଷାଧ୍ୟକ୍ଷ ଜିତେନ୍ଦ୍ର ଅଗ୍ରୱାଲ, ସରୋଜ ଗିରି, ଶୁଭ ଆଚାର୍ଯ୍ୟ, ହିତେଶ ଅଗ୍ରୱାଲ, ଲିପିକା ମିଶ୍ର, ସ୍ନେହ ଅଗ୍ରୱାଲ, ତୃପ୍ତି ମୟୀ ସାହୁ, ରୋଟାରୀ କ୍ଲବର ସମ୍ପାଦକ ଡ. ସସ୍ମିତା ସାହୁ, ସମାଜସେବୀ ପ୍ରକାଶ ମହାରଣା, କ୍ଷୀରୋଦ ସାହୁ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିଙ୍କ ସମେତ ଅନ୍ନପୂର୍ଣ୍ଣା ମହିଳା ପରିବାର, ମାରୱାଡ଼ି ମହିଳା ସମିତିର କର୍ମକର୍ତ୍ତା ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Share

Leave a Reply