ମାଝୀପଡା ଛକ ବର୍ଷା ଜଳରେ ଭର୍ତ୍ତି, ଆରୋହି ଓ ପଥଚାରୀ ହନ୍ତସନ୍ତ

You are currently viewing ମାଝୀପଡା ଛକ ବର୍ଷା ଜଳରେ ଭର୍ତ୍ତି, ଆରୋହି ଓ ପଥଚାରୀ ହନ୍ତସନ୍ତ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବରସାହି ପଞ୍ଚାୟତର ମାଝୀପଡା ଛକରେ ସାମାନ୍ୟ ବର୍ଷା ହେଲେ ସ୍ଥାନଟି ଏକ ଜଳାଶୟର ଭ୍ରମ ସୃଷ୍ଟି କରୁଛି ।ଏହି ରାସ୍ତାଟି ଆଜକୁ ବହୁ ବର୍ଷ ହେବ ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ପ୍ରତିବର୍ଷ ବର୍ଷା ଋତୁରେ ବରସାହି ପଞ୍ଚାୟତର ମାଝୀପଡା ଛକରେ ଏପରି ଅବସ୍ଥା ଦେଖିବାକୁ ମିଳୁଛି। ସେଠାରେ ଜମି ରହୁଥିବା ବର୍ଷା ଜଳର ନିଷ୍କାସନ ପାଇଁ ପଞ୍ଚାୟତ ତରଫରୁ କୌଣସି ସ୍ଥାୟୀ ବ୍ୟବସ୍ଥା ଏ ପର୍ଯ୍ୟନ୍ତ ହୋଇ ପାରିନାହିଁ। ଲଗାଣ ବର୍ଷା ବା ଅଧିକ ବର୍ଷା ହେଲେ ଉକ୍ତ ଛକରେ ୧୦୦ ମିଟର ପର୍ଯ୍ୟନ୍ତ ଆଣ୍ଠୁଏ ଉଚ୍ଚର‌ ପାଣି ଦିର୍ଘ ସମୟ ଧରି ଜମି ରହୁଛି ।ଏହି ଅପରିଷ୍କାର ପାଣି ଯୋଗୁଁ ପଥଚାରୀ ମାନଙ୍କର ନାନାପ୍ରକାର ଚର୍ମରୋଗ ରୋଗ ହେବାର ଆଶଙ୍କା ସୃଷ୍ଟି କରୁଛି।

ପୂର୍ତ୍ତ ବିଭାଗକୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଫଳ ସୁନ।ଜଳ ନିଷ୍କାସନ ବ୍ୟବସ୍ଥା ଦିଗରେ ପୂର୍ତ୍ତ ବିଭାଗ ଦ୍ରୁଷ୍ଟି ଦେବାକୁ ଜନସାଧାରଣ ଦାବି କରିଛନ୍ତି । ଆଗାମୀ ଦିନରେ ପୂର୍ତ୍ତ ବିଭାଗ ଯଦି ଏଥିପ୍ରତି ଦ୍ରୁଷ୍ଟି ନ ଦିଅନ୍ତି ତାହେଲେ ଗ୍ରାମବାସୀ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Share

Leave a Reply