ମେଜର ଜେ.ସି ବେହେରାଙ୍କ ପରଲୋକ

You are currently viewing ମେଜର ଜେ.ସି ବେହେରାଙ୍କ ପରଲୋକ

ଅନୁଗୁଳ: ରୋଟାରୀଆନ ମେଜର ଜେ.ସି ବେହେରାଙ୍କ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ସେ କିଛି ବର୍ଷ ଧରି ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଭୋଗୁଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ସେ ଶିଖ ରେଜିମେଣ୍ଟ‌ର ଆର୍ଟିଲେରି ଡିଭିଜନରେ କାର୍ଯ୍ୟକାରୀ ୧୯୮୧ ମସିହାରେ ସେନାରୁ ଅବସର ଗ୍ରହଣ କରିଥିଲେ।ସେ ଭାରତ ପାକିସ୍ଥାନ ଓ ଭାରତ ଚାଇନା ଯୁଦ୍ଧରେ ଅଂଶ ଗ୍ରହଣ କରି ନିଜର ପରାକ୍ରମ ଦେଖାଇଥିଲେ। ସେ ମାନସ ରଂଜନ ସ୍ମୃତି ପରିଷଦର ପ୍ରତିଷ୍ଠାତା ସଦସ୍ୟ, ଏକ୍ସଆର୍ମି କ୍ୟାନଟିନ ସଭାପତି ଏବଂ ଅନୁଗୁଳ ପୁସ୍ତକ ମେଳା କମିଟି ସହ ଜଡ଼ିତ ଥିଲେ। ଜଣେ ସାହସୀ ଏବଂ ବନ୍ଧୁବତ୍ସଳ ବ୍ୟକ୍ତି ଭାବେ ସେ ଅନୁଗୁଳ ଶିକ୍ଷକପଡ଼ା ଅଞ୍ଚଳରେ ବେଶ୍ ପରିଚିତ ଥିଲେ।ମେଜର ବେହେରାଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକ ବ୍ୟକ୍ତ କରାଯାଇଛି।

Share

Leave a Reply