ଅନୁଗୁଳ: ଚଳିତ ମାସ ୨୨ ତାରିଖରୁ ଆରମ୍ଭ ହେବ ଦ୍ଵିତୀୟ ମାଲ୍ୟଗିରି ମହୋତ୍ସବ । ପାଳଲହଡ଼ା ଷ୍ଟାଡିୟମ୍ରେ ୩ ଦିନ ବ୍ୟାପୀ ଏହି ମହୋତ୍ସବ ଅନୁଷ୍ଠିତ ହେବ। ଏହାକୁ ଶାନ୍ତିଶୃଙ୍ଖଳାର ସହ ଆୟୋଜନ କରିବା ପାଇଁ ସୋମବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମହୋତ୍ସବର ସଭାପତି ପାଳଲହଡ଼ା ବିଧାୟକ ମୁକେଶ ପାଲ ଓ ଉପଜିଲ୍ଲାପାଳ ଅଜିତ୍ କୁମାର ପ୍ରଧାନ ଉପସ୍ଥିତ ରହି ମହୋତ୍ସବ ଆୟୋଜନ ନେଇ ନିଷ୍ପଭି ନେଇଥିଲେ। ଏଥିରେ ପାଳଲହଡ଼ା ଉପଖଣ୍ଡର ସମସ୍ତ ପଞ୍ଚାୟତ ତଥା ଆଖାପାଖ ଅଞ୍ଚଳର ଲୋକକଳା ଓ ପ୍ରତିଭାବାନ୍ ବ୍ୟକ୍ତିଙ୍କୁ ସାମିଲ୍ କରାଯିବ। ମହୋତ୍ସବ ଉପଲକ୍ଷେ ପଲ୍ଲିଶ୍ରୀ ମେଳାର ଆୟୋଜନ କରିବାକୁ ଉପସ୍ଥିତ ବୁଦ୍ଧିଜୀବୀ ପ୍ରସ୍ତାବ ଦେଇଥିଲେ। ତେବେ ସମୟ ନିର୍ଦ୍ଧାରଣକୁ ଆଖି ଆଗରେ ରଖି ପଲ୍ଲିଶ୍ରୀ ମେଳା ଆୟୋଜନ ନେଇ ନିଷ୍ପତ୍ତି ହେବ ବୋଲି ବିଧାୟକ ଶ୍ରୀ ପାଳ ପ୍ରକାଶ କରିଛନ୍ତି। ଉପଖଣ୍ଡର ସମସ୍ତ ଦଳୀୟ, ନିର୍ବଳୀୟ ତଥା ସମସ୍ତ ନବ ନିର୍ବାଚିତ, ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲାପରିଷଦ ମନରେ କୌଣସି ଦ୍ବିଧା ନରଖ୍ ମହୋତ୍ସାହକୁ ସଫଲ୍ୟ ମଣ୍ଡିତ କରିବା ପାଇଁ ମହୋତ୍ସବର ସମ୍ପାଦକ ତଥା ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ। ଆଜିର ମହୋତ୍ସବ ପ୍ରସ୍ତାବ ବୈଠକରେ ବ୍ଳକ ଅଧକ୍ଷା, ତିନାଟି ଜୋନର ଜିଲ୍ଲାପରିଷଦ, ବିଧାୟକ, ଉପଜିଲ୍ଲାପାଳ, ବିଡ଼ିଓ, ତହସିଲଦାରଙ୍କ ସହିତ ସମିତିସଭ୍ୟ ଓ ସରପଞ୍ଚ ଉପସ୍ଥିତ ଥିଲେ।
1
f600b249-5c54-442c-a949-d6bc81000fab