ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁଲିସ ଏଷ୍ଟାବ୍ଲିସମେଣ୍ଟ ବୋର୍ଡର ନିଷ୍ପତ୍ତି କ୍ରମେ ଏସ୍ପି ଜଗମୋହନ ମୀନା ବୁଧବାର ପୁଲିସ ସବ୍ ଇନିସପେକ୍ଟର(ଏସ୍ଆଇ) ଓ ଆସିଷ୍ଟାଣ୍ଟ ପୁଲିସ ସବ୍ ଇନିସପେକ୍ଟର(ଏଏସ୍ଆଇ) ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି। ଏସ୍ଆଇ ବିପ୍ଳବ ସାହୁଙ୍କୁ ତାଳଚେରୁ ଗୋଡ଼ିବନ୍ଧ ଫାଣ୍ଡି, ଏସ୍ଆଇ ଲଲାଟେନ୍ଦୁ ନାଏକଙ୍କୁ ଇନ୍ଭେଷ୍ଟିଗେସନ ଉଇଙ୍ଗରୁ କଣିହାଁ ଥାନାକୁ, ଏସ୍ଆଇ ପବିତ୍ର କୁମାର ମହାରଣାଙ୍କୁ ଏନ୍ଟିପିସି ଥାନାରୁ ଛେଣ୍ଡିପଦା ଥାନାକୁ, ଏସ୍ଆଇ ସୁମିତ୍ରା ଦଳେଇଙ୍କୁ ଅନୁଗୁଳ ସଦର ଥାନାରୁ ଜିଲ୍ଲା ହେଡ କ୍ବାର୍ଟର, ଏସ୍ଆଇ ବିଚିତ୍ରାନନ୍ଦ ଲେଙ୍କାଙ୍କୁ ବଅଁରପାଳ ଥାନାରୁ ନାଲକୋ ଥାନାକୁ, ଏସ୍ଆଇ ରଘୁନାଥ ମୁଣ୍ଡାଙ୍କୁ ଇନ୍ଭେଷ୍ଟିଗେସନ୍ ଉଇଙ୍ଗରୁ ସମଲ ଥାନାକୁ, ଏସ୍ଆଇ ସତ୍ୟରଞ୍ଜନ ଲେଙ୍କାଙ୍କୁ ଅନୁଗୁଳ ଥାନାରୁ ସଦର ଥାନାକୁ ବଦଳି କରାଯାଇଛି। ସେହିଭଳି ଏଏସ୍ଆଇ ନେପାଳ ପଟ୍ଟାଙ୍କୁ ସାଉଥ ବଲଣ୍ଡାରୁ ଗୋପାଳ ପ୍ରସାଦ ଫାଣ୍ଡିକୁ, ଏଏସ୍ଆଇ ସାରଦା ପ୍ରସନ୍ନ ସାମନ୍ତଙ୍କୁ ଛେଣ୍ଡିପଦା କୋର୍ଟରୁ ସାଉଥବଲଣ୍ଡା ଫାଣ୍ଡିକୁ, ଏଏସ୍ଆଇ ଅଞ୍ଜଳୀ ପ୍ରଧାନଙ୍କୁ କିଆକଟା ଥାନାରୁ ପୁରୁଣାକୋଟ ଥାନାକୁ, ଏଏସ୍ଆଇ ବ୍ରହ୍ମାନନ୍ଦ ସାହୁଙ୍କୁ ଆଠମଲ୍ଲିକ ଥାନାରୁ ଠାକୁରଗଡ଼ ଥାନାକୁ, ଏଏସ୍ଆଇ ଶ୍ୟାମଘନ ସ୍ବାଇଁଙ୍କୁ ଖମାର ଥାନାରୁ କଣିହାଁ ଥାନାକୁ, ଏଏସ୍ଆଇ ହରିହର ପ୍ରଧାନଙ୍କୁ ସମଲ ଥାନାରୁ ନାଲକୋ ଥାନାକୁ, ଏଏସ୍ଆଇ ସଞ୍ଜୟ କୁମାର ନାୟକଙ୍କୁ ଅନୁଗୁଳ କୋର୍ଟରୁ କଲିଏରୀ ଥାନାକୁ, ଏଏସ୍ଆଇ ସୁଦକ୍ଷ କୁମାର ରାଉତଙ୍କୁ ଇନ୍ଭେଷ୍ଟିଗେସନ୍ ଉଇଙ୍ଗରୁ ବନ୍ତଳା ଥାନାକୁ, ଏଏସ୍ଆଇ ଅନିଲ କୁମାର ସିଂଙ୍କୁ ଇନ୍ଭେଷ୍ଟିଗେସନ୍ ଉଇଙ୍ଗରୁ ଛେଣ୍ଡିପଦା ଥାନାକୁ, ଏଏସ୍ଆଇ ବିଚିତ୍ରାନନ୍ଦ ସାହୁଙ୍କୁ ଇନ୍ଭେଷ୍ଟିଗେସନ୍ ଉଇଙ୍ଗରୁ ଆଠମଲ୍ଲିକ ଥାନାକୁ, ଏଏସ୍ଆଇ ନବୀନ କୁମାର ଶତପଥିଙ୍କୁ ଠାକୁରଗଡ଼ ଥାନାରୁ କିଆକଟା ଥାନା, ଏଏସ୍ଆଇ ସମ୍ଭୁତୀ ପଣ୍ଡାଙ୍କୁ ଇନ୍ଭେଷ୍ଟିଗେସନ୍ ଉଇଙ୍ଗରୁ ଛେଣ୍ଡିପଦା କୋର୍ଟକୁ, ଏଏସ୍ଆଇ ଦମୟନ୍ତି ବେହେରାଙ୍କୁ ହେଡ କ୍ବାର୍ଟରରୁ କଣିହାଁ ଥାନାକୁ ବଦଳି କରାଯାଇଛି। ଏହି ନିର୍ଦ୍ଦେଶକୁ ସଙ୍ଗେ ସଙ୍ଗେ କାର୍ଯକାରୀ କରିବାକୁ କୁହାଯାଇଛି।
ବଦଳିଲେ ଜିଲ୍ଲା ପୁଲିସର ବହୁ ଅଧିକାରୀ
- Post published:June 8, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Swagatika Samantray
