ଆସିୟୋର ହସ୍ପିଟାଲ ପକ୍ଷରୁ ମାଗଣ ସାସ୍ଥ୍ୟ ଶିବିର

You are currently viewing ଆସିୟୋର ହସ୍ପିଟାଲ ପକ୍ଷରୁ ମାଗଣ ସାସ୍ଥ୍ୟ ଶିବିର

 

ଛେଣ୍ଡିପଦା: ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଯୁଧୁଷ୍ଠିର ପଣିଗ୍ରାହୀ ଓ ଶଶୀ ଦେବୀଙ୍କ ସ୍ମୃତିରେ ଆସିୟୋର ହସ୍ପିଟାଲ ଭୁବନେଶ୍ଵର ପକ୍ଷରୁ ବାଗେଡ଼ିଆ ହାଇସ୍କୁଲ ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ହସ୍ପିଟାଲର ଅଧ୍ୟକ୍ଷ ଡ଼. ହାଡ଼ିବନ୍ଧୁ ପଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସ୍ୱାସ୍ଥ୍ୟ ଶିବିରକୁ ଛେଣ୍ଡିପଦା ବିଧାୟକ ଅଗସ୍ତୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ବିଭିନ୍ନ ବିଭାଗର ଅଭିଜ୍ଞ ଡ଼ାକ୍ତରମାନେ ରୋଗୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣା ଔଷଧ ପ୍ରଦାନ କରିଥିଲେ।

Share

Leave a Reply