ଗପ ଲେଖିବା ନିଶାରୁ ଫିଲ୍ମ କାହାଣୀ ଲେଖକ, ମାଟିର ପୁଅ ଅମିତ୍‌ କୁମାର ଦାଶ

0

ଅନୁଗୁଳ: କୁଆଯାଏ ଇଚ୍ଛା ଶକ୍ତି ମଣିଷକୁ ସଫଳତାର ସିଡି ଚଢ଼ାଏ।ଧନ,ମାନସମ୍ମାନ ସବୁ କିଛି ଅଜାଡ଼ି ଦିଏ। ଅନୁଗୁଳ ମାଟିର ଜଣେ ସୁନା ପୁଅ ଯିଏ ଅନୁଗୁଳ ବାସୀଙ୍କ ପାଇଁ ଆଜିବି ଅଜଣା କିନ୍ତୁ ତାଙ୍କ କଲମ ମୁନରେ ଜୀବନ୍ତ ହେଉଥିବା କଥା ଓ କାହାଣୀ। ଓଡ଼ିଶା ଚଳଚ୍ଚିତ୍ର ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ି ପାରିଛି। ସେ ହେଲେ ଅମିତ୍ କୁମାର ଦାଶ।ଘର ତଳମୁଳ ଗାଁ‌ ନୂଆସାହିରେ। ବାପା ଦିଲୀପ କୁମାର୍ଳ ଦାଶ ଜଣେ ଶିକ୍ଷକ,ମା ନିବେଦିତା ଗୃହିଣୀ।

ଗାଁ ସ୍କୁଲରୁ ପାଠ ସରିବା ପରେ କଲେଜ୍‌ ପଡ଼ା ୟୁପି ସ୍କୁଲ,ତାପରେ ଅନୁଗୁଳ ହାଇସ୍କୁଲ,ଅନୁଗୁଳ କଲେଜ୍‌ ଏବଂ ଶେଷରେ ଭୁବନେଶ୍ବରରେ ଇଲେକ୍ଟ୍ରିକାଲ
ଇଂଜିନିୟରିଂରେ ଡିଗ୍ରୀ ହାସଲ କଲେ ।‌ବାପା-ମା ଚାହୁଁ ଥିଲେ ପୁଅ ପାଠପଢି ଚାକିରୀ କରୁ। କିନ୍ତୁ ଅମିତ୍‌ଙ୍କ ମନରେ ଥିଲା କିଛି ଅଲଗା ଚିନ୍ତାଧାରା।ବାପାଙ୍କ ଲେଖାରୁ ଅନୁପ୍ରାଣିତ ହୋଇ ଗପ ଲେଖିବାକୁ ଭଲପାଉଥିବା ଅମିତ୍ ନିଜ ଭାଗ୍ୟ ପରୀକ୍ଷା କରିବା ପାଇଁ ବମ୍ବେ ଚାଲିଗଲେ। ସେ ସେଠାରେ କାହାଣୀ ବା ‌ପଟ କଥା କୋର୍ସ ପଢୁଥିବା ଫାଇନାଲ ଇୟର ଛାତ୍ରଙ୍କ ପାଇଁ କାହାଣୀ ଲେଖିବାକୁ ଲାଗିଲେ। କିଛିଦିନ ପରେ ସେ ଭାବିଲେ ଓଡ଼ିଶା ଫେରିଯିବି। ଏଇଠି କାହାଣୀ ଲେଖିବି।

୨୦୧୭ ବେଳକୁ ଓଡ଼ିଶା ଫେରି ପ୍ରଥମେ ଲେଖିଲେ କାହାଣୀ ‘ଚରିତ୍ର’। ଏହା‌ ହଟଷ୍ଟାର ପ୍ଲାଟ ଫର୍ମ୍‌ରେ ଭଲ ଚାଲିଲା। ଉତ୍ସାହିତ ଅମିତ ଆଉ ପଛକୁ ଫେରି ନାହାନ୍ତି। ତାପରେ ତାଙ୍କ କାହାଣୀ ‘ଗ୍ୟାଙ୍ଗସ୍‌ ଅଫ ପୁରୀ’ ଓଟିଟି ପ୍ଲାଟ୍‌ ଫର୍ମରେ ଭଲ ଚାଲିଲା। ତାପରେ ବାବୁଶାନ୍‌ ଅଭିନୀତ ‘ମାଲ୍ୟଗିରି’ ଚଳଚ୍ଚିତ୍ର ଏବଂ ଏବେ ଅଶୋକ ପତି ନିର୍ଦ୍ଦେଶିତ ଏବଂ ବାବୁଶାନ୍‌ ଏଲିନା ଅଭିନୀତ ଚଳଚ୍ଚିତ୍ର ‘ପାବାର’ ଏବେ ଦର୍ଶକଙ୍କୁ ଏବେ ଢେର ସାରା ମନୋରଞ୍ଜନ ଯୋଗାଉଛି। ଅମିତ୍‌ ଏବେ ସ୍କ୍ରିନ୍‌ ପ୍ଲେ ଲେଖିବାରେ ଓଡ଼ିଶାରେ ଜଣେ ଆଗଧାଡିର ଯୁବ ଲେଖକ। ତାଙ୍କ କାହାଣୀରେ ରହିଥାଏ ଆମ ସମସାମୟିକ‌ ସମାଜର କାହାଣୀ,ନିତିଦିନିଆ ଘଟଣାରୁ ପାତ୍ର ଓ ପ୍ଲଟ ଖୋଜି ତାକୁ ଜୀବନ୍ୟାସ ଦିଅନ୍ତି ଅମିତ। ଏଟିଭି ପକ୍ଷରୁ ଅମିତ୍‌ଙ୍କ ସଫଳତା ପାଇଁ ଅନେକ ଅନେକ ଶୁଭେଚ୍ଛା।

Leave A Reply

Your email address will not be published.

error: Content is protected !!