ଅନୁଗୁଳ: ଆଜି ବଇଣ୍ଡା କଲ୍ଯାଣ ମଣ୍ଡପରେ ବଇଣ୍ଡାର ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚର ଏକ ସାଧାରଣ ବୈଠକ ସଭାପତି ଭଗବାନ ପ୍ରଧାନଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଛି। ରମେଶ ଚନ୍ଦ୍ର ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ପ୍ରଥମେ ଦିବଂଗତ ଟଙ୍କଧର ନାୟକ, ବୃନ୍ଦାବନ ସାହୁ, ହରିଶ ପଟ୍ଟନାୟକ, କୀର୍ତ୍ତନ ବିହାରୀ ପ୍ରଧାନ, ପ୍ରଫୁଲ୍ଲ କୁମାର ପଣ୍ଡା ଓ ଶ୍ରୀ ଚନ୍ଦନ ନାୟକଙ୍କ ଉଦ୍ଦେଶ୍ଯରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ପରେ କ୍ରିୟାନୁଷ୍ଠାନ କମିଟିର କାର୍ଯ୍ୟକାଳ ପୂରିଯାଇଥିବାରୁ ନୂତନ କମିଟି ଗଠନ କରାଯାଇଥିଲା। ସନାତନ ସାହୁ ସଭାପତି, ବସନ୍ତ କୁମାର ନାୟକ ଉପସଭାପତି, ସୁକାନ୍ତ ରଣା ସମ୍ପାଦକ, ଅର୍ଜୁନ କୁମାର ସାହୁ ସହ ସମ୍ପାଦକ, କୃପାସିନ୍ଧୁ ନାୟକ କୋଷାଧ୍ୟକ୍ଷ ଓ ସଭ୍ୟ ଭାବରେ ବୃନ୍ଦାବନ ପ୍ରଧାନ, ବସନ୍ତ କୁମାର ଗଡ଼ନାୟକ, ରମେଶ ଚନ୍ଦ୍ର ମିଶ୍ର, ସଚ୍ଚିଦାନନ୍ଦ ସାହୁ, ଚିନ୍ତାମଣି ସାହୁ ଓ ଶ୍ରୀଧର ବେହେରା ମନୋନୀତ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କୈଳାସ ଚନ୍ଦ୍ର ପ୍ରଧାନ, ନରେନ୍ଦ୍ର କୁମାର ବେହେରା ,କୃଷ୍ଣଚନ୍ଦ୍ର ପ୍ରଧାନ, ବିଚିତ୍ରାନନ୍ଦ ସାହୁ, ବିଜୟ ଚନ୍ଦ୍ର ତ୍ରିପାଠୀ, ଯଜ୍ଞେଶ୍ବର ବେହେରା, ଡ. ଚନ୍ଦ୍ରମଣି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ବଇଣ୍ଡା ବରିଷ୍ଠ ନାଗରିକ ମଞ୍ଚର ବୈଠକ: ସନାତନ ସାହୁଙ୍କୁ ସଭାପତି, ବସନ୍ତ କୁମାର ନାୟକଙ୍କୁ ଉପସଭାପତି ଦାୟିତ୍ୱ
- Post published:November 23, 2025
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau


