ତାଳଚେର ନିର୍ବାଚନ ମଣ୍ତଳିରେ ବିଜେଡି ପ୍ରତିଷ୍ଠା ଦିବସ

You are currently viewing ତାଳଚେର ନିର୍ବାଚନ ମଣ୍ତଳିରେ ବିଜେଡି ପ୍ରତିଷ୍ଠା ଦିବସ

ଅନୁଗୁଳ: ତାଳଚେର ଜଗନ୍ନାଥ କଲ୍ୟାଣ ମଣ୍ତପଠାରେ ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବିଧାୟକ ବ୍ରଜକିଶୋାର ପ୍ରଧାନ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନା ଜନ ସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ। ଆଗାମୀ ପୌର ଓ ପଂଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ଜିତାପଟ୍ ପାଇଁ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରିବାକୁ ବିଧାୟକ ଆହ୍ବାନ କରିଥିଲେ।
ଏହି ଅବସରରେ ଏକ ଜୀବନ ବିନ୍ଦୁ ଶିବିର ଅନୁଷ୍ଠିତ ହୋଇଥିଲା। ତାଳଚେର ରକ୍ତ ଭଣ୍ଡାର କର୍ମଚାରୀଂକ ଦ୍ଵାରା ,୯୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥଲା।
କରୋନା ଯୋଦ୍ଧା ଭାବେ ତାଳଚେର ଉପଖଣ୍ତ ଚିକିତ୍ସାଳୟର ଡାକ୍ତର, ବ୍ଲଡ୍‌ବ୍ୟାଙ୍କ ଷ୍ଟାଫ୍‌, ଗୋଡ଼ିବନ୍ଧ ସିଏଚ୍‌ସିର ଡାକ୍ତର ଓ ସରପଞ୍ଚଙ୍କ ସମେତ ମୋଟ ୩୪ ଜଣଙ୍କୁ କରୋନା ଯୋଦ୍ଧା ଭାବରେ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା। ତାଳଚେର ବ୍ଲକ୍‌ ବିଜେଡି ସଭାପତି ସନ୍ତୋଷ କୁମାର ପ୍ରଧାନ ସଭା ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହିଳା ସଭାପତି ଖୁଲଣା ପରିଡ଼ା, ଜିଲ୍ଲା କମିଟି ଉପସଭାପତି ମୁରଲୀଧର ସାହୁ, ସମ୍ପାଦକ ଦିଲ୍ଲୀପ ପ୍ରଧାନ, ବାନାମ୍ବର ଭୂତିଆ, ନଗର ସଭାପତି ଆସିଫ୍‌ ଖାନ୍‌, ଯୁବ ସଭାପତି ମନୋଜ ସାହୁ, ଶେଫାଳି ବଳ, ସରସ୍ବତୀ ସାହୁ, ରଶ୍ମିତା ପ୍ରଧାନ, ରାଜେଶ ଦାସ, ଶ୍ରମିକ ନେତା ସଞ୍ଜୟ ସାହୁ, ପୂର୍ବତନ ନଗରପାଳ ପବିତ୍ର ଭୂତିଆ, କଣିହାଁ ଅ˚ଚଳର ସୁନିଲ୍‌ ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଜିଲ୍ଲା ସମ୍ପାଦକ ଦିଲ୍ଲୀପ ପ୍ରଧାନ ଧନ୍ୟବାଦ ଦେଇଥିଲେ।

 

Share

Leave a Reply