ବିଜେଡିର ପ୍ରତିଷ୍ଠା ଦିବସରେ ରକ୍ତଦାନ ଶିବିର

You are currently viewing ବିଜେଡିର ପ୍ରତିଷ୍ଠା ଦିବସରେ ରକ୍ତଦାନ ଶିବିର

ଅନୁଗୁଳ: ଅନୁଗୁଳ ବ୍ଳକ ବ୍ଲକ ବସଲା ପଞ୍ଚାୟତ ଲୋକେଇପଶି ଗ୍ରାମରେ ଓଡ଼ିଶା ମୋ ପରିବାର ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଜେଡିର ୨୪ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଏହି ଶିବିର ଆୟୋଜିତ ହୋଇଥିଲା। ଗ୍ରାମର ସଭାପତି ନିରୋଦ ଦ୍ବିବେଦୀ ଓ ବସଲା ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ ଅଲିଭା ସାହୁ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ। ବିଜେଡିର ଯୁବ ନେତା ଚନ୍ଦନ କୁମାର ସାହୁଙ୍କ ନେତୃତ୍ୱରେ ଏହି ଶିବିରଟି ଅନୁଷ୍ଠିତ ହୋଇଥିଲା। ଜଗନ୍ନାଥ ପୂଜା କମିଟି ଶିବିର ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲା। ମୁଖ୍ୟ ଅତିଥି ଭାବେ ବରିଷ୍ଠ ବିଜେଡି ନେତା ଶକ୍ତି ପ୍ରସାଦ ପଟ୍ଟନାୟକ , ସମ୍ମାନିତ ଅତିଥି ଭାବରେ ଆଇନଜୀବୀ ପ୍ରଦୀପ ଦେବତା, ଆମ ଅନୁଗୋଳ ଆମ ଆଦର୍ଶ ଓ ସ୍ୱାଭିମାନର ସଭାପତି କମଳକାନ୍ତ ସାହୁ, ଶୁଭେନ୍ଦୁ ପ୍ରଧାନ, ରୋହିତ ସାମଲ, ଯୁବ ନେତା ଆଦିତ୍ୟ ମିଶ୍ର ପ୍ରମୂଖ ଯୋଗଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରକାଶ ଷଡ଼ଙ୍ଗୀ, ଶ୍ୱେତଚନ୍ଦନ ଷଡ଼ଙ୍ଗୀ, ସୁରେନ ଶତପଥି, କିଷାନ ବେହେରା, ବିଦୁର ବେହେରା, ସୁକାନ୍ତ ସାହୁ, ଅମୀୟ ଷଡ଼ଙ୍ଗୀ, ମନୋଜ ବେହେରା, ସୁନୀଲ ମହାରଣା, ସନ୍ଦୀପ ବେହେରା, ବଳରାମ ସେଠୀ , ପ୍ରଦ୍ୟୁମ୍ନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ମୋଟ ୪୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଅନଗୁଳ ରକ୍ତଭଣ୍ଡାର ପକ୍ଷରୁ ରକ୍ତ ସଂଗ୍ରହ କରାଯାଇଥିଲା।

Share

Leave a Reply