ତାଳଚେର: ପ୍ରତିବର୍ଷ ଭଳି ଚଳିତ ବର୍ଷ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମସିଏଲ) ତରଫରୁ ଆଜି ଠାରୁ ତାଳଚେରର ସମସ୍ତ କୋଇଲାଖଣିରେ ବାର୍ଷିକ ଖଣି ସୁରକ୍ଷା ପକ୍ଷ -୨୪ ପାଳନ ସମାରୋହର ଶୁଭାରମ୍ଭ ହୋଇଛି । ଚଳିତ ଜାନୁୟାରୀ ମାସ ୫ ତାରିଖରୁ ୧୮ତାରିଖ ପର୍ଯ୍ୟନ୍ତ ବାର୍ଷିକ ଖଣି ସୁରକ୍ଷା ପକ୍ଷ ପାଳନ କରାଯିବ । ଏହି ପରିପ୍ରେକ୍ଷୀରେ ତାଳଚେରସ୍ଥିତ ଭୁବନେଶ୍ୱରୀ କୋଇଲାଖଣି ପ୍ରକଳ୍ପ ତରଫରୁ ମଧ୍ୟ ଖଣି ସୁରକ୍ଷା ପକ୍ଷ ପାଳନ କରାଯାଉଛି । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱରୀ ଖଣିର ପ୍ରକଳ୍ପ ଅଧିକାରୀ ପି.କେ ମିଶ୍ର ଯୋଗ ଦେଇ ସୁରକ୍ଷା ପତାକା ଉତୋଳନ କରିବା ସହ ଖଣିର ଶ୍ରମିକମାନଙ୍କୁ ଖଣିରେ କାର୍ଯ୍ୟରତ ସମୟରେ କିପରି ନିଜର ସୁରକ୍ଷା ରହି କାର୍ଯ୍ୟ କରିବା ବିଷୟରେ ସୂଚନା ଦେଇଥିଲେ । ଖଣିର ଶ୍ରମିକମାନଙ୍କ ଦ୍ୱାରା ପ୍ୟାରେଡ କରି ସମସ୍ତଙ୍କୁ ସୁରକ୍ଷା ସଚେତନ ବାର୍ତା ଦେଇଥିଲେ । ଏହି ଅବସରରେ ଖଣି ନିରାପତା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଏବଂ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ଖଣି ମ୍ୟାନେଜର ଆର.କେ. ଦାସ ଓ ଖଣିର ବିଭିନ୍ନ ବିଭାଗର ପଦାଧିକାରୀମାନେ ଉପସ୍ଥିତ ଥିଲେ । ଖଣି ପଦାଧିକାରୀମାନେ ମା ଭୁବନେଶ୍ୱରୀଙ୍କ ପୂଜା କରିବା ସହ ପ୍ରସାଦ ସେବନ କରିଥଲେ । ଶେଷରେ ସମସ୍ତ କର୍ମଚାରୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଖଣି ସୁରକ୍ଷା ଅଧିକାରୀ ସୁଦର୍ଶନ ସାହୁଙ୍କ ତତ୍ୱାବଧାନରେ ଏହି ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଭୁବନେଶ୍ୱରୀ କୋଇଲାଖଣି ପକ୍ଷରୁ ଖଣି ସୁରକ୍ଷା ପକ୍ଷ ପାଳିତ
- Post published:January 5, 2024
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Swagatika Samantray
