କାଶୀ ବିଶ୍ଵନାଥ ମହାବିଦ୍ୟାଳୟ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ ଅଧ୍ୟକ୍ଷଙ୍କ ନାଁରେ ଏତଲା

You are currently viewing କାଶୀ ବିଶ୍ଵନାଥ ମହାବିଦ୍ୟାଳୟ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ ଅଧ୍ୟକ୍ଷଙ୍କ ନାଁରେ ଏତଲା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ପାଇକସାହିସ୍ଥିତ କାଶୀ ବିଶ୍ଵନାଥ ମହାବିଦ୍ୟାଳୟର ଆକାଉଣ୍ଟରୁ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତୋଫାନ ମହାନନ୍ଦୀଆ ଅର୍ଥ ହଡ଼ପ କରିଥିବା ନେଇ ନିରୋଜ କାନ୍ତ ସାହୁ ରବିବାର ଦିନ ଠାକୁରଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ୧୯୧/୨୪ ରେ ଏକ ମାମଲା ରୁଜୁ କରିଛି। ପୋଲିସ କହିଛି, ମହାବିଦ୍ୟାଳୟ ଆକାଉଣ୍ଟରୁ ତୋଫାନ ୧୩/୦୩/୨୦୨୩ରେ ୫୧,୩୦୦ ଟଙ୍କା, ୧୭/୦୨/୨୦୨୪ରେ ୫୧,୩୦୦ ଟଙ୍କା, ୧୫/୦୫/୨୦୨୧ରେ ୧୮,୫୦୦ ଟଙ୍କା ବେଆଇନ ଭାବରେ ଉଠାଣ କରି ହଡ଼ପ କରିଛନ୍ତି। ମହାବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଏହି ଅର୍ଥ ଉଠାଣ ସମ୍ପର୍କରେ ଜାଣିବା ପରେ ତୋଫାନଙ୍କୁ ଅବଗତ କରାଇଥିଲେ ମଧ୍ୟ ସେ କୌଣସି ମନ୍ତବ୍ୟ ଦେଇ ନଥିଲେ। ଏଣୁ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି ବୋଲି ଅଭିଯୋଗ ପତ୍ରରେ ଦର୍ଶାଯାଇଛି।

Share

Leave a Reply