କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ କାକୁଡ଼ିଆ ପଞ୍ଚାୟତ କାକୁଡ଼ିଆ ଗାଁରେ ମଙ୍ଗଳବାର ମିସନ୍ ଶକ୍ତି ଗୃହ ଉଦ୍ଘାଟିତ ହୋଇଯାଆଛି। ପାଳଲହଡ଼ା ବିଧାୟକ ମୁକେଶ ପାଳ ମୁଖ୍ୟ ଅତିଥି ଏବଂ କଣିହାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ଉପାଧ୍ୟକ୍ଷ ଜୟନ୍ତୀ ପ୍ରଧାନ, ଅନୁଗୁଳ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ରଶ୍ମିତା ସେଠୀ,ଜିଲ୍ଲା ପରିଷଦ ସଭ୍ୟ ରଂଜନ ସାହୁ, ସ୍ଥାନୀୟ ସରପଞ୍ଚ ଭାରତୀ ସାମଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ଏଥିସହ କାକୁଡ଼ିଆ ପଞ୍ଚାୟତରେ ବିଜେଡିର ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ବ୍ଲକ୍ ବିଜେଡି ସଭାପତି କୈଳାସଚନ୍ଦ୍ର ସାହୁଙ୍କ ନେତୃତ୍ବରେ ବିଧାୟକ ଶ୍ରୀ ପାଳ ଦଳୀୟ କର୍ମୀ ଓ ନିର୍ବାଚିତ ଜନପ୍ରତିନିଧିଙ୍କ ସହ ପଞ୍ଚାୟତର ବିଭିନ୍ନ ଗାଁକୁ ଯାଇ ରାଜ୍ୟସରକାରଙ୍କ କଲ୍ୟାଣମୂଳକ ଯୋଜନା ସଂପର୍କରେ ଜନସାଧାରଣଙ୍କୁ
ସଚେତନ କରିଥିଲେ। ଅସହାୟ, ଗରିବ ଲୋକେ କିପରି ସରକାରୀ ଯୋଜନାର ସୁଫଳ ପାଇବେ ସେଥିପାଇଁ ଗୁରୁତ୍ବ ଦେବାକୁ କର୍ମକର୍ତ୍ତାମାନେ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ।
ମିସନ୍ ଶକ୍ତି ଗୃହ ଉଦ୍ଘାଟିତ
