ବାଜି ରାଉତ କପ ଫୁଟବଲ ପାଇଁ ପଡ଼ିଆ ପ୍ରସ୍ତୁତ

You are currently viewing ବାଜି ରାଉତ କପ ଫୁଟବଲ ପାଇଁ ପଡ଼ିଆ ପ୍ରସ୍ତୁତ

ଅନୁଗୁଳ: ବାଜି ରାଉତ କପ ଫୁଟବଲ-୨୦୨୨ ପାଇଁ କଦମ ପଡ଼ିଆର ପ୍ରସ୍ତୁତି ଜୋର ସୋରରେ ଚାଲିଛି। ଓଡିଶା ଅଲିମ୍ପିକ ଆସୋସିଏସନର ଗ୍ରାଉଣ୍ଡସ ମ୍ୟାନ ଏବଂ ବୈଷୟିକ ଟିମର କର୍ମଚାରୀ ମାନେ ଲାଇନ କାଟୁଛନ୍ତି। ଫିଫା ନିୟମ ଅନୁସାରେ ପଡ଼ିଆ ୧୦୫×୬୮ ମିଟର ରଖା ଯାଇଛି। ଏଥି ସହିତ ଆମେ ଓଡ଼ିଆ ଅନୁଷ୍ଠାନର କାର୍ଯ୍ୟକର୍ତା ମାନେ ମଧ୍ୟ ପଡ଼ିଆ ଘାସ କଟା ଓ ଲେଭଲିଂ ନିରୀକ୍ଷଣ କରିଛନ୍ତି।ଆସନ୍ତା ୪ ତାରିଖ ଦିନ ଏହି ପଡ଼ିଆ ରେ ତିନିଟି ମ୍ୟାଚ ଦେଖିବାର ସୁଯୋଗ ପାଇବେ।ସକାଳ ୯ ଟା ରୁ ୧୧ ଟା,୧୧:୩୦ ରୁ ଅପରାହ୍ନ ୧:୩୦ ଏବଂ ଅପରାହ୍ନ ୨ ଟା ରୁ ୪ ଟା ପର୍ଯ୍ୟନ୍ତ ଖେଳ ଚାଲିବ। ସେହିଭଳି ନଭେମ୍ବର ୬ ତାରିଖ ଦିନ ପ୍ରଥମ ମ୍ୟାଚ ଦିନ ୧୧ଟାରୁ ଗୋଟେ ଏବଂ ଦିନ ୨ ଟା ରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଖେଳାଯିବ ବିଭିନ୍ନ ନାମୀ ଦଳର ଖେଳାଳି ମାନେ ଆସୁଥିବାରୁ ଅନୁଗୁଳର ଫୁଟବଲ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଆରମ୍ଭ ଦେଖା ଦେଲାଣି।

Share

Leave a Reply