ରୋଗୀଙ୍କୁ ମାଗଣା ଔଷଧ ପ୍ରଦାନ ପାଇଁ ବିଧାୟକଙ୍କ ପରାମର୍ଶ

You are currently viewing ରୋଗୀଙ୍କୁ ମାଗଣା ଔଷଧ ପ୍ରଦାନ ପାଇଁ ବିଧାୟକଙ୍କ ପରାମର୍ଶ

ଅନୁଗୁଳ: ଏମ୍‌ସିଏଲ୍‌ର ନେହେରୁ ଶତାବ୍ଦୀ ସେଣ୍ଟ୍ରାଲ୍ ହସ୍ପିଟାଲରେ ରୋଗୀମାନଙ୍କୁ ମାଗଣା ଔଷଧ ଦିଆଯିବା ପାଇଁ ସ୍ଥାନୀୟ ବିଧାୟକ ବ୍ରଜ କିଶୋର ପ୍ରଦାନ ଦାବି କରିଛନ୍ତି। ବିଧାୟକ ଶ୍ରୀ ପ୍ରଧାନ ବୁଧବାର ସେଣ୍ଟ୍ରାଲ୍ ହସ୍ପିଟାଲ୍‌କୁ ଯାଇ ଡାକ୍ତରଖାନାର ମୁଖ୍ୟ ଚିକିତ୍ସାଧୁକାରୀ ଡାକ୍ତର ସଞ୍ଜୟ କୁମାର ଦାସଙ୍କ ସହିତ ରୋଗୀସେବା ଏବଂ ଡାକ୍ତରଖାନାର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ପଚାରି ବୁଝିବା ସହ କୋଭିଡ୍ ପରିଚାଳନା ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଡାକ୍ତରଖାନାରେ ରୋଗୀମାନଙ୍କୁ ଦୁଇ ଟଙ୍କିଆ ଟିକେଟ୍‌ରେ ଚିକିତ୍ସା ବ୍ୟବସ୍ଥା କରାଯାଉଥିଲା ବେଳେ କୋଭିଡ୍ ମହାମାରୀ ସମୟରେ ଥଣ୍ଡା, କାଶ, ଜ୍ଵରରେ ପୀଡ଼ିତ ରୋଗୀମାନଙ୍କୁ ମାଗଣାରେ ଔଷଧ ଯୋଗାଇ ଦିଆଯିବାକୁ ବିଧାୟକ ଶ୍ରୀ ପ୍ରଧାନ ମୁଖ୍ୟ ଚିକିତ୍ସାଧୂରୀ ଶ୍ରୀ ଦାସଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ ଡାକ୍ତରଖାନାର ବିଭିନ୍ନ ୱାର୍ଡ ବୁଲିବା ସହ ରୋଗୀମାନଙ୍କର ଭଲମନ୍ଦ ପଚାରି ବୁଝିଥିଲେ।

Share

Leave a Reply