ଅନୁଗୁଳ: ତାଳଚେରର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ। ସୂଚନା ଅନୁଯାୟୀ, ଆରପିଡ଼ିଏସି ବୈଠକ ନିୟମିତ ନ ବସିବା, କୋଇଲା ଖଣି ଗର୍ଭ ମଧ୍ୟରେ ତାଳଚେର ଥର୍ମାଲ ପକ୍ଷରୁ ପଡୁଥିବା ପାଉଁଶ ଗଦାରେ ଗୋରୁ ଗାଈ ପଡ଼ି ମୃତ୍ୟୁ ବରଣ କରୁଥିବା ଘଟଣାକୁ ନେଇ ବିଧାୟକ ଉଦ୍ବେଗ ପ୍ରକାଶ କରିଥିଲେ। ଏଥି ସହିତ ଏହି ପାଉଁଶ ଗଦାର ଚାରିପାଖରେ ତୁରନ୍ତ ପାଚେରୀ ନିର୍ମାଣ କରିବା ପାଇଁ ଦାବି କରିଥିଲେ। ଖଣି କ୍ଷତିଗ୍ରସ୍ତ ବାସଚ୍ୟୁତ ଭାଲୁଗାଡ଼ିଆ ଗ୍ରାମବାସୀଙ୍କୁ ପୁନଃ ଥଇଥାନ ବ୍ୟବସ୍ଥା ଉପରେ ଗୁରୁତ୍ଵ ଦେଇଥିଲେ ବିଧାୟକ।
ତାଳଚେରର ବିଭିନ୍ନ ସମସ୍ୟା ନେଇ, ଜିଲାପାଳଙ୍କୁ ଭେଟିଲେ ବିଧାୟକ
- Post published:April 17, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Swagatika Samantray
