ଅନୁଗୁଳ: ଗୁରୁବାର ଅପରାହ୍ନରେ ଅନୁଗୁଳ ହାଇସ୍କୁଲ ଆଲୁମିନି ଆସୋସିଏସନ୍ ସଭାପତି ଡା. ନାରାୟଣ ପ୍ରସାଦ ମୋଦୀଙ୍କ ଅଧକ୍ଷତାରେ ମୋ ସ୍କୁଲ ଅଭିଯାନ ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟ କୁମାର ନନ୍ଦ ସ୍ଵାଗତ ଭାଷଣ ଦେବା ସହ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ମୋ ସ୍କୁଲ ଅଭିଯାନ ଦାୟିତ୍ବରେ ଥିବା ସହକାରୀ ଶିକ୍ଷକ ନରେନ୍ଦ୍ର କୁମାର ବିଶ୍ଵାଳ ବିଦ୍ୟାଳୟରେ ଏହି ଯୋଜନାରେ ସମ୍ପାଦିତ ବିଭିନ୍ନ କାର୍ଯ୍ୟ ସମ୍ବନ୍ଧରେ ସୂଚନା ଦେଇଥିଲେ । ପୁରାତନ ଛାତ୍ର ସମର ବଲ୍ଲଭ ବିଶ୍ବାଳ, ଶତ୍ରୁଘ୍ନ ସାହୁ ଓ ସୌମ୍ୟରଞ୍ଜନ ରଥ ପ୍ରମୁଖ ନିଜ ନିଜର ସୁଚିନ୍ତିତ ମତ ପ୍ରଦାନ କରିଥିଲେ । ସଂସ୍କୃତ ଶିକ୍ଷକ ଭାସ୍କରଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବହୁ ପୁରାତନ ଛାତ୍ର ତଥା ଶିକ୍ଷକ ଶିକ୍ଷିକାମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।