ଅନୁଗୁଳ: ଅନୁଗୁଳ ଜିଲ୍ଲା ସିମିଲପଡ଼ାରୁ ଲୋକଙ୍କଠାରୁ ଠକେଇ କରି ୧ କୋଟିରୁ ଅଧିକ ଟଙ୍କା ଲୁଟିଥିବା ଉଭୟ ମା’ ଓ ଝିଅଙ୍କୁ ଅନୁଗୁଳ ପୋଲିସ ଗିରଫ କରିଥିବା ଜଣାଯାଇଛି।
ସୂଚନା ମୁତାବକ, ସିମିଳିପଡ଼ା ଅଞ୍ଚଳର ମା’- ଝିଅ ମମତା ସ୍ୱାଇଁ ଓ ପ୍ରିୟଙ୍କା ସ୍ୱାଇଁ ମହିଳା ସଙ୍ଘ ଜରିଆରେ ଲୋକଙ୍କ ଠାରୁ ଟିପ ଚିହ୍ନ ଦେଇ ୧ କୋଟିରୁ ଅଧିକ ଟଙ୍କା ଲୁଟି ନେଇଥିଲେ। ଏ ନେଇ ଲୋକେ ଅନୁଗୁଳ ଟାଉନ ଥାନାରେ ଅଭିଯୋଗ କରିଥିଲେ। ସେବେ ଠାରୁ ପୋଲିସ ଉଭୟ ମା’ ଓ ଝିଅଙ୍କୁ ଧରିବା ପାଇଁ ଖୋଜୁଥିଲା l
କୌଣସି ସୂତ୍ରରୁ ଖବର ପାଇ ଅଭିଯୋଗକାରୀ ଶନିବାର ଭୁବନେଶ୍ୱର ପଟିଆ ଅଞ୍ଚଳରୁ ଝିଅ ପ୍ରିୟଙ୍କା ସ୍ୱାଇଁଙ୍କୁ କାବୁ କରିଥିଲେ। ଏହାପରେ ସେମାନେ ପଟିଆ ଥାନାଙ୍କୁ ଜଣାଇବା ପରେ ଅନୁଗୁଳ ଟାଉନ ଥାନା ପୋଲିସ ଯାଇ ସେଠାରୁ ପ୍ରିୟଙ୍କା ସ୍ୱାଇଁଙ୍କୁ ଗିରଫ କରିଥିଲା l ତେବେ ମୁଖ୍ୟ ଅଭିଯୁକ୍ତ ପ୍ରିୟଙ୍କା ସ୍ୱାଇଁଙ୍କ ମା’ ମମତା ସ୍ୱାଇଁ ଥାନାରେ ପହଞ୍ଚିବା ପରେ ପୋଲିସ ତାଙ୍କୁ ମଧ୍ୟ କାବୁ କରିଛି। ଉଭୟ ମା ଓ ଝିଅଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଉଭୟେ ମିଶି କେତେ ଟଙ୍କା ଲୁଟିଛନ୍ତି, ତାହା ତଦନ୍ତ ବେଳେ ଜଣାପଡ଼ିବ ବୋଲି ପୋଲିସ ସୂଚନା ଦେଇଛି।