ଆଦର୍ଶ ଇଞ୍ଜିନିୟରିଂ କଲେଜରେ ବିଶ୍ଵକର୍ମା ପୂଜା

0

ଅନୁଗୁଳ: କନ୍ୟା ସଂକ୍ରାନ୍ତି ଅବସରରେ ପଞ୍ଚମହଲା ସ୍ଥିତ ଆଦର୍ଶ ଇଞ୍ଜିନିୟରିଂ କଲେଜ ଓ ଆଦର୍ଶ ଇନଷ୍ଟିଚ୍ୟୁଟ୍ ଟେକ୍ନୋଲୋଜି ଏଣ୍ଡ ମ୍ୟାନେଜମେଣ୍ଟର ମିଳିତ ସହଯୋଗରେ କଲେଜର ପ୍ରତିଷ୍ଠାତା ତଥା ଚେୟାରମେନ ବିଶିଷ୍ଟ ସମାଜସେବୀ ଓ ଶିକ୍ଷାବିତ୍ ଡ଼ା ମହେଶ ଚନ୍ଦ୍ର ଧଳଙ୍କ ତତ୍ତ୍ଵାବଧାନରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜୋତ୍ସବ ପାରମ୍ପରିକ ନୀତି ସହ ପାଳିତ ହୋଇଯାଇଛି। କଲେଜର ନିର୍ଦ୍ଦେଶକ ପ୍ରକାଶ ଚଦ୍ର ଧଳ ଓ ଉପ ନିର୍ଦ୍ଦେଶକ ଡ଼ା ଅବନିକାନ୍ତ ଷଡ଼ଙ୍ଗୀ ଉକ୍ତ ଧାର୍ମିକ କାର୍ଯ୍ୟରେ ସଂଶ୍ଳିଷ୍ଟ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଇଞ୍ଜିନିୟରିଂ କଲେଜର ଅଧ୍ୟକ୍ଷ ଡ଼ା ଅକ୍ଷୟ କୁମାର ସିଂହ ଓ ଅଧ୍ୟକ୍ଷ ରଞ୍ଜିତ କୁମାର ଅମାନ୍ତ ଉକ୍ତ ପୂଜାରେ ସମସ୍ତ ପ୍ରକାର ସହଯୋଗ ଦେଇଥିଲେ କଲେଜ ର ସମସ୍ତ କର୍ମଚାରୀ ଓ ଛାତ୍ର ଛାତ୍ରୀ ଯୋଗ ଦେଇ ପୂଜା ମଣ୍ଡପକୁ ଭଲ ଭାବେ ସଜାଇବା ସହ ଉତ୍ସବକୁ ସଫଳ କରାଇଥିଲେ ।

Leave A Reply

Your email address will not be published.

error: Content is protected !!