ଅନୁଗୁଳ: ପାଲଲହଡାରେ କୋଭିଡ କେୟାର ସେଣ୍ଟର ଉଦଘାଟନୀକୁ ନେଇ ବିଧାୟକ, ସାଂସଦ ମୁହାଁମୁହିଁ । ସାଂସଦ ମହେଶ ସାହୁ ପହଁଚିବା ପୂର୍ବରୁ ବିଧାୟକ ମୁକେଶ ପାଲ ଫିତା କାଟି ଦେଇଥିଲେ । ଫଳରେ ତାକୁ ନେଇ ଫାୟାର ହୋଇଯାଇଥିଲେ ସାଂସଦ ମହୋଦୟ । ସାଂସଦ ବିଧାୟକଙ୍କୁ କହିଥିଲେ ଗୋଟିଏ ଦଳରେ ରହି ଏପରି ହୀନ ରାଜନୀତି କରି ଫିତାକାଟି କି ବାହାବା ନେଉଛ ।ଆଉ ସାଂସଦଙ୍କ କଥାକୁ ନାପସନ୍ଦ କରି ଦୁଇ ଗୋଷ୍ଠୀ ମୁହାଁ ମୁହିଁ ହୋଇଥିଲେ । ବିଧାୟକଙ୍କ ଗୋଷ୍ଠି ସାଂସଦ ମହେଶ ସାହୁ ଡାଉନ ଡାଉନ ବୋଲି କହିବା ସହ ନାରା ଦେଉଥିଲେ । ଯାହାକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ।
ପାଲଲହଡାରେ କୋଭିଡ କେୟାର ସେଣ୍ଟର ଉଦଘାଟନ ବେଳେ ସାଂସଦ ଓ ବିଧାୟକ ଗୋଷ୍ଠୀ ମୁହାଁମୁହିଁ
- Post published:June 5, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
