ଅନୁଗୁଳ: କିଛି କରି ଦେଖାଇବାର ଇଚ୍ଛା ଶକ୍ତି ହିଁ ମଣିଷକୁ ସଫଳତା ଦିଗରେ ବାଟ କଢ଼ାଇ ନିଏ। ଅନୁଗୁଳ ଜିଲ୍ଲା ବଅଁରପାଳ ଗୋତମରା ଅଞ୍ଚଳର ମୁକେଶ ବେହେରାଙ୍କ କ୍ଷେତ୍ରରେ ସେମିତି କିଛି ଦେଖିବାକୁ ମିଳିଛି। କଠିନ ପରିସ୍ଥିତିରେ ବି ମୁକାବିଲା କରି ଲକ୍ଷ୍ୟ ହାସଲ କରିହୁଏ ବୋଲି ପ୍ରମାଣିତ କରିଛନ୍ତି ମୁକେଶ। ଆଉ ଅଦମ୍ୟ ଇଚ୍ଛା ଶକ୍ତି ଯୋଗୁ ହିଁ ନିଟ୍ ଉତ୍ତୀର୍ଣ୍ଣ ହୋଇ ବୁର୍ଲା ସ୍ଥିତ ଭିମସାରରେ ପଢ଼ିବାକୁ ମନୋନୀତ ହୋଇଛନ୍ତି।
ଦାଦା ବିଜୟ କୁମାର ବେହେରାଙ୍କ ପଢ଼ା ଦାୟିତ୍ଵ ନେଇଥିଲେ। କିନ୍ତୁ ବୟସର ପୂର୍ବାହ୍ନରେ କୋଭିଡ଼ ମହାମାରୀରେ ପଡ଼ି ପ୍ରାଣ ହରାଇଥିଲେ। ସେହି ଦିନ ଠାରୁ ମୁକେଶ ଆର୍ଥିକ ଅନଟନ ଭିତରେ ଥିଲେ ବି ଭୁବନେଶ୍ବରରେ ଡାକ୍ତରୀ କୋଚିଂ ନେଇଥିଲେ। ଫଳ ସ୍ୱରୂପ ଆଜି ମୁକେଶ ୫୮୭ ନମ୍ବର ରଖିଥିବା ସହ ବୁର୍ଲା ମେଡିକାଲରେ ନାମ ଲେଖାଇବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ମଙ୍ଗଳବାର ସେ ନାମ ଲେଖାଇଛନ୍ତି। ତେବେ ମୁକେଶଙ୍କ ଏହି ସଫଳତା ପରେ ପରିବାରରେ ଖୁସିର ଲହରୀ ଖେଳିଯାଇଛି।