ସମାକୋଇରୁ ନାବାଳକର ଶବ ଉଦ୍ଧାର

You are currently viewing ସମାକୋଇରୁ ନାବାଳକର ଶବ ଉଦ୍ଧାର

କଣିହାଁ: କଣିହାଁ ବ୍ଲକ ତଥା ସମଲ ଥାନା ବୁରୁକୁନା ଗାଁ ପାଖ ଫାଶୀପାଳ ଓ ହୁଣ୍ଡାଳିଆ ମଧ୍ୟବର୍ତ୍ତୀ ସମାକୋଇ ନଦୀରୁ ଜଣେ ଅପରିଚିତ ନାବାଳକର ମୃତଦେହ ଶୁକ୍ରବାର ଉଦ୍ଧାର କରାଯାଇଛି। ଗାଁ ଲୋକ ଶବ ଭାସୁଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଶବ ଉଦ୍ଧାର କରିବା ସହ ପଞ୍ଚନାମା ପରେ ବ୍ୟବଚ୍ଛେଦ ପାଇଁ ତାଳଚେର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲା। ମୃତ ନାବାଳକର ବୟସ ୧୩/୧୪ ବର୍ଷ ହୋଇଥିବା ବେଳେ ନଦୀ ଉପର ମୁଣ୍ଡରୁ ମୃତଦେହ ଭାସି ଆସିଥିବା ସନ୍ଦେହ କରାଯାଉଛି। ଖମାର, କେନ୍ଦୁଝର, ତେଲକୋଇ ଥାନାକୁ ଏହି ମର୍ମରେ ଅବଗତ କରାଯାଇଛି ବୋଲି ସମଲ ପୁଲିସ୍ ପ୍ରକାଶ କରିଛି। ତେବେ ଏହା ହତ୍ୟାକାଣ୍ଡ, ଆତ୍ମହତ୍ୟା ନା ଦୁର୍ଘଟଣା ସମଲ ପୁଲିସ୍ ତଦନ୍ତ ଜାରି ରଖିଛି।

Share

Leave a Reply