ନାଲକୋ ଠିକା ଶ୍ରମିକଙ୍କ ମୃତ୍ୟୁ

You are currently viewing ନାଲକୋ ଠିକା ଶ୍ରମିକଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଟାଉନସିପରେ ସୋମବାର ସକାଳେ ଜଣେ ଠିକାଶ୍ରମିକଙ୍କ ମୃତ୍ୟୁ ହୋଛି। ସୂଚନା ଯେ, ନାଲକୋ ଉଦ୍ୟାନ ବିଭାଗରେ କାର୍ଯ୍ୟ କରୁଥିବା ମୋହନ ପାଦଲି(୪୬) ନାମକ ଜଣେ ଠିକା ଶ୍ରମିକ ସୋମବାର ସକାଳେ ଟଉନସିପ୍ କଲ୍ୟାଣ ମଣ୍ଡପ ସାମ୍ନାରେ ଗଛ କାଟୁଥିଲେ। ସେଠାରେ ଥିବା ଉଚ୍ଚ ଶକ୍ତି ସମ୍ପର୍ଣ୍ଣ ବିଦ୍ୟୁତ ତାରରେ ଲାଗି ଆଘାତ ପ୍ରାପ୍ତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ନାଲକୋ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ଖବର ପ୍ରଚାର ହେବାପରେ ଠିକା ଶ୍ରମିକ ସଙ୍ଗଠନର କର୍ମକର୍ତ୍ତା ନାଲକୋ ଚିକିତ୍ସାଳୟରେ ପହଞ୍ଚି ୧୫ ଲକ୍ଷ ଟଙ୍କା କ୍ଷତିପୁରଣ, ଠିକା ସଂସ୍ଥା ତରଫରୁ ଶବଦାହ ଓ ଶୁଦ୍ଧିକ୍ରିୟା ପାଇଁ ସହାୟତା ପ୍ରଦାନ, ପରାବରର ଜଣେ ସଦସ୍ୟଙ୍କୁ ଠକା ନିଯୁକ୍ତି ପ୍ରଦାନ ନେଇ ଦାବି କରାଯାଇଥିଲା। ଖବର ପାଇ ପୁଲିସ ଚିକିତ୍ସାଳୟରେ ପହଞ୍ଚି ଏକ ମାମଲା ରୁଜୁକରି ଶବକୁ ଜବତକରି ବ୍ୟବଛେଦ କରାଇଛି।

Share

Leave a Reply