ଅନୁଗୁଳ: ଅନୁଗୁଳ ଉଚ୍ଚ ବିଦ୍ୟାଳୟଠାରେ ଶୁକ୍ରବାର କୃମି ନାଶକ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଡା ତ୍ରିଲୋଚନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜାତୀୟ କୃମିନାଶକ ଦିବସ ପାଳନ ଉପରେ ଗୁରୁତ୍ବାରୋପ କରି କହିଥିଲେ ଯେ, କୃମି ଯୋଗୁ ଶିଶୁ ରକ୍ତହୀନତା ଏବଂ ଅପପୁଷ୍ଟି ଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଫଳରେ ସେମାନଙ୍କ ଶାରୀରିକ ଓ ମାନସିକ ବିକାଶ ବାଧାପ୍ରାପ୍ତ ହେଉଛି। ଜିଲ୍ଲାରେ ୧ ରୁ ୧୯ବର୍ଷ ମଧ୍ୟରେ ମୋଟ ୪ଲକ୍ଷ ୩୯ହଜାର ୨୫ ଜଣ ପିଲାଙ୍କୁ କୃମିନାଶକ ଔଷଧ ଦିଆଯିବାର ଲକ୍ଷ ରଖାଯାଇଛି। ୧ ରୁ ୩ ବର୍ଷ ଶିଶୁମାନକୁ କୃମିନାଶକ ସିରପ ଓ ୩ ବର୍ଷରୁ ଊର୍ଦ୍ଧ୍ବ ପିଲାମାନଙ୍କୁ କୃମିନାଶକ ବଟିକା ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମରେ ଆଶା, ଅଙ୍ଗନୱାଡି କର୍ମୀ ଓ ମହିଳା ସ୍ବାସ୍ଥ୍ୟ କର୍ମୀମାନେ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରରେ ଔଷଧ ପ୍ରଦାନ କରିବେ। ଏଥିସହିତ ଅଙ୍ଗନୱାଡି କର୍ମୀ ଓ ମହିଳା ସ୍ଵାସ୍ଥ୍ୟ କର୍ମୀମାନେ ପାର୍ଶ୍ୱ ପ୍ରତିକ୍ରିୟା ପରିଚାଳନା ପାଇଁ ସଂପୂର୍ଣ୍ଣରୂପେ ପ୍ରସ୍ତୁତ ରହିଛନ୍ତି ୋଲି ସେ ପ୍ରକାଶ କରିଥିଲେ।
ଜାତୀୟ କୃମି ନାଶକ ଦିବସ: ୪ଲକ୍ଷରୁ ଊର୍ଦ୍ଧ୍ବ ପିଲାଙ୍କୁ କୃମିନାଶକ ଔଷଧ ଦିଆଯିବ
- Post published:February 10, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Swagatika Samantray

You Might Also Like

ପରୀକ୍ଷାରେ କମ୍ ନମ୍ବର ରଖିବାରୁ ଘରେ ତାଗିଦ୍ କଲେ, ରାଗରେ ରେଳ ଧାରଣାରେ ଶୋଇ ଜୀବନ ହାରିଲେ ଛାତ୍ର

ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତରେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ: ମୋଦି ସରକାରଙ୍କ ୯ ବର୍ଷ ଶାସନର ସଫଳତାକୁ ସାମାଜିକ ଗଣମାଧ୍ୟମରେ ସ୍ଥାନିତ କରିବାକୁ ଦେଲେ ଆହ୍ୱାନ
