ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକ୍ରମର ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ସାହୁ ମୁଖ୍ୟ ଅତିଥି, ବ୍ଲକ୍ ଅଧ୍ୟକ୍ଷ ବିଜୟ କୁମାର ନାଥ, ଉପାଧ୍ୟକ୍ଷା ବନିତା ସାହୁ, ବଅଁରପାଳ ବିଡ଼ିଓ ଏଲିଜା ମିଶ୍ର, ଶିକ୍ଷାବିତ୍ କୃତାର୍ଥ ସେନାପତି, ଲୋକପାଳ ବିଭୁତି ଭୂଷଣ ପଟ୍ଟନାୟକଙ୍କ ସମେତ ବ୍ଲକ୍ର ୩୫ଟି ଯାକ ପଞ୍ଚାୟତର ନବନିର୍ବାଚିତ ଲୋକ ପ୍ରତିନିଧି ଶିବିରରେ ଯୋଗ ଦେଇଥିଲେ । ଜବକାର୍ଡ଼ଧାରୀଙ୍କୁ କର୍ମନିଯୁକ୍ତି, ମନରେଗା ଯୋଜନାରେ ଗ୍ରାମାଞ୍ଚଳରେ ଉନ୍ନୟନ ପ୍ରକଳ୍ପ ନିର୍ମାଣ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ କୌଣସି ବି ଯୋଗ୍ୟ ହିତାଧିକାରୀ ବାଦ୍ ନପଡ଼ିବା, ଖାଦ୍ୟ ସୁରକ୍ଷା ଯୋଜନାର ସଫଳ କାର୍ଯ୍ୟକାରିତା ଉପରେ ବୈଠକରେ ଆଲୋଚନା ହୋଇଥିଲା।
ମନରେଗା, ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ଜନଶୁଣାଣି
- Post published:April 2, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
