ଆଠମଲ୍ଲିକ ଗସ୍ତକରି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଅନୁଧ୍ୟାନ କଲେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଡି ବୃନ୍ଦା

You are currently viewing ଆଠମଲ୍ଲିକ ଗସ୍ତକରି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଅନୁଧ୍ୟାନ କଲେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଡି ବୃନ୍ଦା

ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ପାଇଁ ନୋଡାଲ ଅଫିସର ଭାବେ ଦାୟିତ୍ୱରେ ଥିବା ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଡି ବୃନ୍ଦା ଶୁକ୍ରବାର ଆଠମଲ୍ଲିକ ଗସ୍ତକରି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଅନୁଧ୍ୟାନ କରିଛନ୍ତି। ସେ ଆଠମଲ୍ଲିକ ବ୍ଲକ ଟାପଢ଼ୋଲ ପଞ୍ଚାୟତ, ଠାକୁରଗଡ଼ ପଞ୍ଚାୟତ ଦିନବନ୍ଧୁପୁର, ସାପଘରା ପଞ୍ଚାୟତ ଗ୍ରାମୀଣପାର୍କ ଓ ନରେଗା କାର୍ଯ୍ୟକ୍ରମ, ପାଇକସାହି ପଞ୍ଚାୟତରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ନିର୍ମାଣାଧୀନ ଲେବର ରୁମ୍ କାର୍ଯ୍ୟ, ଠାକୁରଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ପାଇକସାହି ପଞ୍ଚାୟତ ପୋକଣ୍ଡା ଅଞ୍ଚଳର ସ୍ୱୟଂସହାୟକ ଗୋଷ୍ଠୀ ମହିଳାଙ୍କ ସହ ଆଲୋଚନା ଓ ଆଠମଲ୍ଲିକ ଏନଏସିରେ ନିର୍ମାଣ ହୋଇଥିବା ଏଫଏସଟିପି ପରିଦର୍ଶନ କରିଛନ୍ତି। ଏ ଅବସରରେ ସେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ହେଉଥିବା ଓ ହୋଇସାରିଥିବା କାର୍ଯ୍ୟଗୁଡିକ ତଦାରଖ କରିଥିଲେ।

ତାଙ୍କ ଗସ୍ତ ବେଳେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଲଳିତ ମୋହନ ବେହେରା, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡା ତ୍ରିଲୋଚନ ପ୍ରଧାନ, ଉପଜିଲ୍ଲାପାଳ ତରଣୀ ସୁନା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌଭାଗ୍ୟ ବେହେରା, ତହସିଲଦାର ଯଶୋବନ୍ତ ଦେହୁରୀ, ଏନଏସି ନିର୍ବାହୀ ଅଧିକାରୀ କାଦମ୍ବିନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply