ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳରେ ଥିବା ଓପି ଜିନ୍ଦଲ ସ୍କୁଲ ପକ୍ଷରୁ ରୋଷ୍ଟ୍ରୀୟ ଏକତୋ ଦିବସ ୨୦୨୧ ପାଳନ ହୋଇଯାଇଛି। ଏହି ଅବସରରେ ଭାରତର ଲୌହ ମୋନବ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଦିବସକୁ ସ୍ମରଣୀୟ କରିବା ପାଇଁ ସ୍କୁଲ ପକ୍ଷରୁ ସୋଇକେଲ ଶୋଭାଯାତ୍ରା, କ୍ଷିପ୍ର ଚାଲି, ଜଗିଙ୍ଗ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଜିନ୍ଦଲ ନଗରରେ ରହୁଥିବା କର୍ମଚାରୀମାନେ ସାମିଲ ହୋଇଥିଲେ। ମହିଳା ମାନଙ୍କ କ୍ଷିପ୍ର ଚାଲି ପ୍ରତିଯୋଗିତାରେ ସ୍ବାତୀ ଠାକୁର, ବବିତା ମୋଦି ଓ ତପସ୍ବିନୀ ମଲ୍ଲିକ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ହୋଇଛନ୍ତି। ପୁରୁଷ ମାନଙ୍କ ଜଗିଙ୍ଗ ପ୍ରତିଯୋଗିତାରେ ବିକ୍ରମ ସାହୁ, ଆଶିଷ କୁମାର ସିଂହ ଓ ରାଜକୁମାର ଚାୱଲା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ହୋଇଛନ୍ତି। ବାଳିକା ବିଭାଗରେ ସାଇକ୍ଲୋଥନ୍ରେ ଶ୍ରାବଣୀ ବିଶେନ, ତନିଷୀ ଗୋଏଲ ଏବଂ ସୁଗନ୍ଧା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ହୋଇଛନ୍ତି। ବାଳକ ବିଭାଗ ସାଇକ୍ଲୋଥନ୍ରେ ଶିବ ରାଜପୁତ, ବଂସ ଏବଂ ସାହିତ୍ୟ ଯାଦବ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ହୋଇଛନ୍ତି। ସ୍କୁଲର ଅଧ୍ୟକ୍ଷ ଅତନୁ କୁମାର ରଥ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ଏବଂ ମାନପତ୍ର ପ୍ରଦାନ କରିଥିଲେ।
ଓପି ଜିନ୍ଦଲ ସ୍କୁଲରେ ରାଷ୍ଟ୍ରୀୟ ଏକତା ଦିବସ
- Post published:November 2, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Sanjeeb Biswal
