‘ଶ୍ରମବୀର ପ୍ୟାଲେସ’ ଉଦଘାଟିତ

You are currently viewing ‘ଶ୍ରମବୀର ପ୍ୟାଲେସ’ ଉଦଘାଟିତ

ଅନୁଗୁଳ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ଅଧ୍ୟକ୍ଷ ନବୀନ ଜିନ୍ଦଲ, ଜେଏସପିର ଅନୁଗୁଳ ୟୁନିଟରେ ‘ଶ୍ରମବୀର ପ୍ୟାଲେସ’ର ଉଦଘାଟନ କରିଛନ୍ତି। ଏହି ଶ୍ରମବୀର ପ୍ୟାଲେସ ତଥା ଶୀତତାପ ନିୟନ୍ତ୍ରିତ ଆବାସରେ ୧୦୫୬ଟି ଶଯ୍ୟା ରହିଛି, ଯେଉଁଠାରେ ଶ୍ରମିକମାନଙ୍କ ରହିବା ପାଇଁ ବିଶ୍ୱ ସ୍ତରୀୟ ସୁବିଧା ସୁଯୋଗ ରହିଛି। ଶ୍ରମିକମାନଙ୍କ ପାଇଁ ନିଆଯାଇଥିବା ଏହି ପଦକ୍ଷେପ କର୍ମଜୀବୀଙ୍କ ପ୍ରତି ଜେଏସପିର ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି।

ଏହି ଶ୍ରମବୀର ପ୍ୟାଲେସ ଅତି ସୁଚିନ୍ତିତ ଭାବରେ ଡିଜାଇନ୍ ହୋଇଛି, ଯେଉଁଥିରେ ବ୍ରାଣ୍ଡେଡ୍ ଗଦା, ଆଲମିରା ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ରହିଛି। ଯାହା କର୍ମଜୀବୀଙ୍କୁ ଉପଯୁକ୍ତ ଆରାମ ଏବଂ ସୁବିଧା ଯୋଗାଇ ଦେଇପାରିବ। ସେହିପରି ଏହି ସୁବିଧା ଶ୍ରମିକମାନଙ୍କ ପାଇଁ ଏକ ସନ୍ତୁଳିତ ଏବଂ ଆରାମଦାୟକ ପରିବେଶ ସୁନିଶ୍ଚିତ କରିବ। ଶ୍ରମିକମାନଙ୍କର ଆବଶ୍ୟକ ଆରାମକୁ ଦୃଷ୍ଟିରେ ରଖି ଏହି ଆବାସକୁ ଶୀତତାପ ନିୟନ୍ତ୍ରିତ କରାଯାଇଛି।

ଶ୍ରମବୀର ପ୍ୟାଲେସ ବ୍ୟତୀତ, ଆଉ ଦୁଇଟି ସମାନ ଆବାସ ୟୁନିଟ୍ ଶ୍ରମିକ ବିହାରରେ ବିକଶିତ କରାଯାଇଛି। ଏହି ପ୍ରଥମ ପର୍ଯ୍ୟାୟରେ ସମୁଦାୟ ୩୦୦୦ ଜଣଙ୍କ ରହଣୀ ପାଇଁ ଶୀତତାପ ନିୟନ୍ତ୍ରିତ ଆବାସରେ ରହଣୀ ବ୍ୟବସ୍ଥା କରାଯାଇଛି। ୨୦୨୫ ଶେଷ ସୁଦ୍ଧା ୨୦ ହଜାର ଶ୍ରମିକଙ୍କୁ ରହିବା ପାଇଁ ଜେଏସପି ଏହି ସୁବିଧା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।ଯାହାକି କର୍ମଜୀବୀ କଲ୍ୟାଣ ପାଇଁ ପ୍ରତିବଦ୍ଧତାକୁ ପ୍ରମାଣିତ କରିଛି ।

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଅନୁଗୁଳ ୟୁନିଟ୍ ମୁଖ୍ୟ ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଙ୍କଜ ମାଲହାନ୍ ଏବଂ ଅନ୍ୟମାନେ ଯୋଗଦେଇ କର୍ମଜୀବୀଙ୍କ ବିକାଶ ପାଇଁ ଜେଏସପିର ସାମଗ୍ରିକ ଆଭିମୁଖ୍ୟ ପ୍ରଦର୍ଶନ କରିଥିଲେ।

Share

Leave a Reply