ପୂର୍ବ ଶତ୍ରୁତାରୁ ଘର ପୋଡ଼ିଦେଲେ ପଡୋଶୀ

You are currently viewing ପୂର୍ବ ଶତ୍ରୁତାରୁ  ଘର ପୋଡ଼ିଦେଲେ ପଡୋଶୀ

ତାଳଚେର: ପୂର୍ବଶତୃତାକୁ କେନ୍ଦ୍ରକରି ତାଳଚେର ଟାଉନ ଥାନା ଅଙ୍ଗାରୁଆ ଗ୍ରାମରେ ଜଣଙ୍କ ଘର ପୋଡ଼ି ଦିଆଯାଇଥିବା ଥାନାରେ ଅଭିଯୋଗ ହୋଇଛି । ପୁଲିସ ସୂଚନା ଅନୁସାରେ, ଅଙ୍ଗାରୁଆ ଗ୍ରାମର କୁଳବତୀ କୁମ୍ଭାର(୪୨)ଙ୍କ ଚାଳ ଛପର ଘରକୁ ତାଙ୍କ ପଡ଼ୋଶୀ ଇନ୍ଦ୍ର ସିଂ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସେ ଏମିତି କରିଥିବା କୁହାଯାଇଛି। ନିଆଁ ଲାଗିବାରୁ ଘରେ ଥିବା ସମସ୍ତ ଆସବାପତ୍ର, ଚାଉଳ, ନଗଦ ୧୫ହଜାର ଟଙ୍କା ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ତାଳଚେର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅପରପକ୍ଷରେ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Share

Leave a Reply