ବଡ଼ମା’ଙ୍କୁ ମାଡ଼ମାରି ପୁତୁରା ଗିରଫ

You are currently viewing ବଡ଼ମା’ଙ୍କୁ ମାଡ଼ମାରି ପୁତୁରା ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଣ୍ଡହତା ଗାଁରେ ବଡ଼ମା’ଙ୍କୁ ମାଡ଼ମାରିବା ଅଭିଯୋଗରେ ପୋଲିସ ପୁତୁରାଙ୍କୁ ବୁଧବାର ଗିରଫ କରିଛି।

ସୂଚନା ମୁତାବକ, ଗାଁର ମାଧବ ନାଏକ(୩୮)ଙ୍କ ତାଙ୍କ ବଡ଼ବାପା ନାଥ ନାଏକଙ୍କ ପରିବାର ସହ ପାଟିଗୋଳ ଲାଗିଥିଲା। ତେବେ ଗତ ୧୬ ତାରିଖରେ ଏହି ପାଟିଗୋଳରୁ ମାଧବ ଉତ୍‌କ୍ଷିପ୍ତ ହୋଇ ତାଙ୍କ ବଡ଼ମା’ କାମିନି ନାଏକଙ୍କୁ ମାଡ଼ମାରି ଧକ୍କା ଦେଇଥିଲେ। ଫଳରେ କାନ୍ଥରେ ମୁଣ୍ଡ ମାଡ଼ ହୋଇ କାମିନିଙ୍କ ମୁଣ୍ଡ ଫାଟି ଗୁରୁତର ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଚିକିତ୍ସାପରେ ମଙ୍ଗଳବାର ଫେରି ନାଥ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁକରତି ଅଭିଯୁକ୍ତ ମାଧବଙ୍କୁ ବୁଧବାର ଗିରଫକରି କୋର୍ଟ ଚାଲାଣ କରିଛି।

Share

Leave a Reply