ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ନୂତନ ଗୃହ ଉଦ୍‌ଘାଟିତ, କୃତି ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ

You are currently viewing ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ନୂତନ ଗୃହ ଉଦ୍‌ଘାଟିତ, କୃତି ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ

ତାଳଚେର : ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟର ଶନିବାର ଓଡ଼ିଆ ବିଭାଗର ନୂତନ ଗୃହ ଉଦ୍‌ଘାଟନ ଓ ଚଳିତ ଶିକ୍ଷା ବର୍ଷରେ ୧୬ଟି ବିଭାଗରେ ଶୀର୍ଷ ସ୍ଥାନ ଅଧିକାର କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଛି।

ଅଧ୍ୟକ୍ଷ ଡ. ଅଜୟ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଢେଙ୍କାନାଳ ଲୋକସଭା ସାଂସଦ ରୁଦ୍ରନାରାୟଣ ପାଣି, ସମ୍ମାନିତ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଏବଂ ପୌର ନଗରପାଳ ପବିତ୍ର ଭୂତିଆ ଯୋଗଦେଇଥିଲେ। ପରୀକ୍ଷା ନିୟନ୍ତ୍ରକ ଅଧ୍ୟାପକ ବିରଞ୍ଚି ନାରାୟଣ ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ୱର୍ଣ୍ଣପଦକ ପ୍ରଦାନ କରାଯିବା ସହ ଚଳିତ ଶିକ୍ଷାବର୍ଷରେ ଇଂରାଜୀ, ଉଦ୍ଭିଦ ବିଜ୍ଞାନ, ଭୂତତ୍ତ୍ୱ, ଗଣିତ ଓ ଉଭୟ ଓଡ଼ିଆ ସ୍ନାତକ ଓ ସ୍ନାତକୋତ୍ତୋର ଶ୍ରେଣୀର ପରୀକ୍ଷା ଫଳ ଶତ ପ୍ରତିଶତ ନିମନ୍ତେ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା।

ଏହି ଉତ୍ସବକୁ ନୃତତ୍ତ୍ୱ ବିଭାଗ ଅଧ୍ୟାପକ ଶଶାଙ୍କ କୁମାର ପ୍ରଧାନ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ।

Share

Leave a Reply