ଅନୁଗୁଳ: ଅନୁଗୁଳ ଜିଲ୍ଲା ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ଶୁକ୍ରବାର ନୂତନ ଭୋଟର ପଞ୍ଜିକରଣ କାର୍ଯ୍ୟକ୍ରମ ସ୍ଥାନୀୟ କବି ରାଧାମୋହନ ଗଡ଼ନାୟକ ପାର୍କରେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ସିଦ୍ଧାର୍ଥ ରାଉତରାୟଙ୍କ ନେତୃତ୍ଵରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଓଡ଼ିଶା ପ୍ରଦେଶ ଓବିସି ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ଏଥିସହ ୧୮ ବର୍ଷ ଅତିକ୍ରମ କରି ଯେଉଁମାନେ ଆଗାମୀ ନିର୍ବାଚନରେ ସାମିଲ ହେବାକୁ ଯାଉଛନ୍ତି ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ବିଜେପିକୁ ଭୋଟ୍ ଦେବା ପାଇଁ ଆହ୍ଵାନ ଦେଇଥିଲେ।
କାର୍ଯ୍ୟକ୍ରମରେ ଅନୁଗୁଳ ନଗର ମଣ୍ଡଳ ସଭାପତି ପ୍ରଦୀପ ରାଉତ, ଯୁବମୋର୍ଚ୍ଚା ରାଜ୍ୟ ସଂଯୋଜକ ଚନ୍ଦ୍ରକାନ୍ତ ଧଳ, ଦିବ୍ୟଜ୍ୟୋତି ନାୟକ, ସୌମ୍ୟକାନ୍ତ ସର, ଆଶିଷ ପାଣିଗ୍ରାହୀ, ବିନ୍ମୟ ଶତପଥୀ, ଶୁଭାଶିଷ ନାୟକ, ଶୁଭେନ୍ଦୁ ପରିଡ଼ା, କାରଗିଲ ଦାସ, ଦୀପକ ପରିଡା, ଦୀପକ ନାୟକ, ସତ୍ୟମ୍ ଯାଦବ ଭଉଣୀ ଗାୟତ୍ରୀ ସାହୁ, ଅଙ୍କିତା ସାହୁ, ସଂଜ୍ଞା ସାଗରିକା ଗଡ଼ନାୟକ, ସୁଶ୍ରୀ ସୁପ୍ରିୟା ବେହେରା, ଦିବ୍ୟସ୍ମିତା ବେହେରା, ଯୁବମୋର୍ଚ୍ଚାର ଜିଲ୍ଲା ସାଧାରଣ ସମ୍ପାଦକ ସମୀର ପରିଡ଼ା ଓ ଜିଲ୍ଲା ଉପସଭାପତି ପୁରୁଷୋତ୍ତମ ନାୟକ ପ୍ରମୁଖ ଉପସ୍ଥିତ ରହି ନୂତନ ଭୋଟରଙ୍କୁ ଉତ୍ସାହିତ କରିଥିଲେ।