କସିଡିହ ଗାଁରେ ୫ ଦିନ ହେଲା ନାହିଁ ବିଜୁଳି, ଅନ୍ଧାରରେ ପୂରା ଅଞ୍ଚଳ

You are currently viewing କସିଡିହ ଗାଁରେ ୫ ଦିନ ହେଲା ନାହିଁ ବିଜୁଳି, ଅନ୍ଧାରରେ ପୂରା ଅଞ୍ଚଳ

ଅନୁଗୁଳ: ସ୍ଥାନୀୟ ଛେଣ୍ଡିପଦା ବ୍ଲକ କୁକୁରପେଟା ପଞ୍ଚାୟତର କସିଡିହ ଗାଁରେ ଗତ ୫ ଦିନ ହେଲା ବିଜୁଳି ନାହିଁ। ଏ ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ବିଦ୍ୟୁତ ବିଭାଗର ଏବେ ଯାଏଁ ନିଦ ଭାଙ୍ଗି ନାହିଁ। ଫଳରେ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଦୀର୍ଘ ଦିନ ହେଲାଣି ଗାଁ ଅନ୍ଧାରରେ ରହିଥିବାରୁ ସନ୍ଧ୍ୟା ହେଲେ ଲୋକେ ପଦାକୁ ବାହାରୁ ନାହାନ୍ତି। ବନ୍ୟଜନ୍ତୁ ଓ ସରୀସୃପଙ୍କ ଭୟରେ ଲୋକେ ତାଟି କବାଟ କିଳି ଘରେ ରହୁଛନ୍ତି। ବିଦ୍ୟୁତ ବିଭାଗ ତୁରନ୍ତ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଗାଁ ଲୋକେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Share

Leave a Reply