ଏଣିକି କୋଇଲା ଗ୍ରାହକଙ୍କ ଅଭିଯୋଗର ସମାଧାନ କରିବେ ରାଜ୍ୟ ସରକାର

You are currently viewing ଏଣିକି କୋଇଲା ଗ୍ରାହକଙ୍କ ଅଭିଯୋଗର ସମାଧାନ କରିବେ ରାଜ୍ୟ ସରକାର

ତାଳଚେର : କୋଇଲା ବିକ୍ରି ପାଇଁ ସଂଗୃହୀତ ରୟାଲଟି ବିରୋଧରେ ଅତିରିକ୍ତ ଚାର୍ଜ ଫେରସ୍ତ କରିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଶହ ଶହ କୋଇଲା ଗ୍ରାହକଙ୍କ ପାଇଁ ଖୁସି ଆଣିଦେବ ବୋଲି ଆଶା କରାଯାଇଛି। ଦେଶର ପ୍ରଥମ ସରକାର ଭାବେ ଓଡ଼ିଶା ସରକାର ଏଭଳି ଶିଳ୍ପ ଅନୁକୂଳ ପଦକ୍ଷେପ ଗ୍ରହଣ କରିଛନ୍ତି।

ସୂଚନାଯୋଗ୍ୟ, ଅତୀତରେ କୋଇଲା ଗ୍ରାହକ ଜମା କରିଥିବା ଅତିରିକ୍ତ ରୟାଲଟି କୋଇଲା ଗ୍ରେଡ ତଳ ଆଡ଼ୁ ସଂଶୋଧିତ ହୋଇଥିଲେ ସୁଦ୍ଧା କୌଣସି ରାଜ୍ୟ ସରକାର ଫେରସ୍ତ କରିନଥିଲେ। ଫଳରେ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଏହି ସମସ୍ୟାର ସମାଧାନ ତଥା ଶିଳ୍ପକୁ ଉତ୍ସାହିତ କରିବା ପାଇଁ ଓଡିଶା ସରକାର ଏହି ପଦକ୍ଷେପ ନେଇଛନ୍ତି। ଫଳରେ ଗ୍ରାହକ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି।

Share

Leave a Reply