ଜାଲ ପ୍ରମାଣପତ୍ର ଦେଇ ନର୍ସ ଚାକିରୀ: ତଦନ୍ତ ପାଇଁ ଜିଲ୍ଲାପାଳଙ୍କ ଏମସିଏଲକୁ ଚିଠି

You are currently viewing ଜାଲ ପ୍ରମାଣପତ୍ର ଦେଇ ନର୍ସ ଚାକିରୀ: ତଦନ୍ତ ପାଇଁ ଜିଲ୍ଲାପାଳଙ୍କ ଏମସିଏଲକୁ ଚିଠି

ଅନୁଗୋଳ: ଏମସିଏଲ ଦ୍ୱାରା ସ୍ଥାପିତ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ତାଳଚେରରେ ଗତ ପ୍ରାୟ ବର୍ଷେ ତଳେ ନିଯୁକ୍ତି ପାଇଥିବା ଷ୍ଟାଫ୍ ନର୍ସଙ୍କ ମଧ୍ୟରୁ ୨୦ରୁ ଅଧିକ ଜାଲ ପ୍ରମାଣପତ୍ର ଦେଇ ଚାକିରି ହାତେଇ ଥିବା ଗତ କାଲି ଜଣା ପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ପ୍ରମାଣ ପତ୍ର ଭେରିଫିକେଶନ ବେଳେ ଏହା ଜଣାପଡ଼ିବା ଏବଂ ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶିତ ହେବା ପରେ ଆଜି ଅନୁଗୋଳ ଜିଲ୍ଲାପାଳ ଏମସିଏଲ ସିଏମଡିଙ୍କୁ ଏକ ଚିଠି ଲେଖି ଘଟଣାର ଏକ ନିଷ୍ପକ୍ଷ ତଦନ୍ତ କରିବା ସହ ଦୋଷୀ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ନର୍ସଙ୍କ ପ୍ରମାଣପତ୍ର ପୁନର୍ବାର ଯାଞ୍ଚ କରି ଉଚିତ୍ ପଦକ୍ଷେପ ନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।

Share

Leave a Reply