ଶୌଚ ହେବାକୁ ଯାଇ ଯୋରରେ ବୁଡ଼ି ଗଲା ବୃଦ୍ଧଙ୍କ ଜୀବନ

You are currently viewing ଶୌଚ ହେବାକୁ ଯାଇ ଯୋରରେ ବୁଡ଼ି ଗଲା ବୃଦ୍ଧଙ୍କ ଜୀବନ

ଛେଣ୍ଡିପଦା: ସ୍ଥାନୀୟ ଜରପଡା ଥାନା କୁଶକିଳା ଗ୍ରାମର ଜଣେ ବ୍ୟକ୍ତି ଯୋରରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତକ ହେକେ ଗାଁର ବିଦ୍ୟାଧର ଗୋଚ୍ଛାୟତ(୬୫)।

ସୂଚନା ମୁତାବକ, ବିଦ୍ୟାଧର ଆଜି ମଧ୍ୟାହ୍ନରେ ଘର ଠାରୁ ଅଳ୍ପ ଦୂରରେ ଥିବା ସିଂହଡାଯୋରକୁ ଶୌଚ ହେବା ପାଇଁ ଯାଇଥିଲେ। କିନ୍ତୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। ସିଂହଡାଯୋରର ପାଣି ଭିତରେ ସେ ମୁହଁ ମାଡ଼ି ପଡ଼ିଥିବା ପରିବାର ଲୋକ ଦେଖିଥିଲେ।

ତୁରନ୍ତ ତାଙ୍କୁ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରଖାନା ପକ୍ଷରୁ ଏହି ଘଟଣା ସମ୍ପର୍କରେ ଛେଣ୍ଡିପଦା ଥାନାରେ ଅବଗତ କରାଯିବା ପରେ ପୋଲିସ ପହଞ୍ଚି ବିଦ୍ୟାଙ୍କ ଶବ ଜବତ କରିବା ସହ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛି।

Share

Leave a Reply