ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା: ୧୩. ୮୦ ଲକ୍ଷର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

You are currently viewing ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା: ୧୩. ୮୦ ଲକ୍ଷର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

 

ଅନୁଗୁଳ: ଅନୁଗୁଳରୁ ପୁଣି ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ। ଆଜି ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ଅଧିକାରୀମାନେ ସାଉଥ ବଲଣ୍ଡା ଅଞ୍ଚଳରୁ ଏକ ସ୍କର୍ପିଓରୁ ୧୩ ଲକ୍ଷ ୮୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ ଜଣେ ବେପାରୀକୁ ଗିରଫ କରିଛନ୍ତି।

ସୂଚନା ମୁତାବକ, ଶନିବାର ସକାଳେ ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ଅଧିକାରୀ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ ଯେ ଏକ ଧଳା ସ୍କର୍ପିଓ(ଓଡି ୧୯ ଏଲ ୬୬୯୯ )ରେ ଜଣେ ବେପାରୀ ଚୋରା ବ୍ରାଉନ ସୁଗାର ନେଇ ତାଳଚେର ସାଉଥ ବଲଣ୍ଡା ଅଞ୍ଚଳରେ ଗ୍ରାହକଙ୍କୁ ଅପେକ୍ଷା କରି ରହିଛି। ତୁରନ୍ତ ଅନୁଗୁଳ ଅବକାରୀ ବିଭାଗ ଓ ତାଳଚେର ଅବକାରୀ ବିଭାଗ ଅଧିକାରୀମାନେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ସ୍କର୍ପିଓରୁ ୧୩୮ ଗ୍ରାମ ବେଆଇନ ଚୋରା ବ୍ରାଉନସୁଗାର ମିଳିଥିଲା। ଏହାର ମୂଲ୍ୟ ୧୩ ଲକ୍ଷ ୮୦ ହଜାର ଟଙ୍କା ହେବ। ଏଥିସହ ବେପାରୀ ଶାନ୍ତନୁ ଭୂଷଣ ସ୍ୱାଇଁକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି।

Share

Leave a Reply