ନବରତ୍ନ କାରଖାନାରେ ପୁଣି ଅଘଟଣ: ଟ୍ରଲର ଧକ୍କାରେ ଶ୍ରମିକଙ୍କ ମୃତ୍ଯୁ

You are currently viewing ନବରତ୍ନ କାରଖାନାରେ ପୁଣି ଅଘଟଣ: ଟ୍ରଲର ଧକ୍କାରେ ଶ୍ରମିକଙ୍କ ମୃତ୍ଯୁ

 

ଅନୁଗୁଳ: ଅନୁଗୁଳ ଜିଲ୍ଲାସ୍ଥିତ ନବରତ୍ନ କାରଖାନାରେ ପୁଣି ଅଘଟଣ। ସ୍ମେଲଟର୍ ପ୍ଲାଣ୍ଟ କାଷ୍ଟ ହାଉସ୍ ବି ରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କର ଟ୍ରଲର ଧକ୍କାରେ ମୃତ୍ଯୁ ଘଟିଛି। ମୃତ ଶ୍ରମିକ ଜଣକ ହେଲେ ପୁରୁଣାଗଡ଼ ଗ୍ରାମର ମନୋଜ ପାଲ (୪୩)। ସେ ପ୍ରାୟ ୨୦ ବର୍ଷ ହେବ କାରଖାନାରେ ଶ୍ରମିକ ଭାବେ କାର୍ଯ୍ୟରତ ଥିଲେ।

ସୂଚନା ମୁତାବକ, ମନୋଜ ଆଜି ମାମା କନଷ୍ଟ୍ରକସନରେ “ଏ” ସିଫ୍ଟରେ କାର୍ଯ୍ୟରତ ଥିଲେ। କିନ୍ତୁ କାମ କରିବା ବେଳେ ତାଙ୍କୁ ଟ୍ରଲର ଧକ୍କା ଦେଇଥିଲା। ଫଳରେ ତାଙ୍କ ମୃତ୍ୟୁ ଘଟିଛି। ତେବେ ଶ୍ରମିକଙ୍କ ମୃତ୍ୟୁକୁ ନେଇ କାରଖାନା ପରିସରରେ ଉତ୍ତେଜନା ସୃଷ୍ଟି ହୋଇଛି। ବରିଷ୍ଠ ଅଧିକାରୀମାନେ ପହଞ୍ଚି ଉତ୍ତ୍ୟକ୍ତ କର୍ମଚାରୀଙ୍କୁ ବୁଝାଉଥିବା ସୂଚନା ମିଳିଛି।

Share

Leave a Reply