ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପୁଲିସ ମଙ୍ଗଳବାର ଜଣେ ଲୁଟେରାଙ୍କୁ ଗିରଫ କରିବାସହ ତାଙ୍କଠାରୁ ବାଇକ୍, ଭୁଜାଲି ଓ ଟଙ୍କା ଜବତକରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ରବିବାର ସକାଳେ କଇଁଛପଦା ଗାଁଠାରେ ମାଣିକ ଲାଲ ଜାନା(୪୨) ନାମକ ଜଣେ ଫେରିବାଲାକୁ ଭୁଜାଲିରେ ଆକ୍ରମଣକରି ଏକ ବାଇକ୍ରେ ୨ ଜଣ ଯୁବକ ୧୫ ଶହ ଟଙ୍କା ଓ ମୋବାଇଲ ଫୋନ୍ ଲୁଟି ନେଇଥିଲେ। ଏ ନେଇ ଥାନାରେ ଅଭିଯୋଗ ହେବାପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଥିଲା। ମଙ୍ଗଳବାର ପୁଲିସ ଏଥିରେ ସମ୍ପୃକ୍ତ ଥିବା ଗୋଳାଗାଡ଼ିଆ ଗାଁର ଅଭିଯୁକ୍ତ ସୁନି ଓରଫ ସୁନିଲ ନାଏକ(୨୬)ଙ୍କୁ ଗିରଫ କରିବାସହ ତାଙ୍କଠାରୁ ଏକ ବାଇକ୍, ଭୁଜାଲି ଓ ୫ ଶହ ଟଙ୍କା ଜବତ କରିଛି। ସୁନିଲଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି। ଅନ୍ୟ ଜଣେ ଅଭିଯୁକ୍ତ ବର୍ତ୍ତମାନ ଫେରାର ଅଛନ୍ତି ବୋଲି ପୁଲିସ କହିଛି।
ଲୁଟେରା ଗିରଫ, ବାଇକ୍, ଭୁଜାଲି ଓ ଟଙ୍କା ଜବତ
- Post published:September 7, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal
