ଭାଉଜକୁ ପଥରରେ ଛେଚି ହତ୍ୟା

0

ଥାନାରେ ଆତ୍ମସମର୍ପଣ କଲା ଦିଅର
ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ସୁସୁଡାରେ ବୁଧବାର ଅପରାହ୍ନରେ ଘଟିଛି ଏହି ବର୍ବରୋଚିତ ହତ୍ୟାକାଣ୍ଡ । ଗର୍ଭବତୀ ଭାଉଜଙ୍କୁ ଶିଳପୁଆରେ ଛେଚି ଦିଅର ହତ୍ୟା କରିଥିବା ଜଣା ଯାଇଛି। ମୃତ ମହିଳା ହେଲେ ସୁସୁଡା ଗ୍ରାମର ନୀଳମଣି ଭୋଇଙ୍କ ପତ୍ନୀ ସଙ୍ଗିତା ଭୋଇ(୨୨) । ହତ୍ୟାକାଣ୍ଡ ଭିଆଇବା ପରେ ଅଭିଯୁକ୍ତ ଦିଅର ସୁବାସ ଭୋଇ ଅନୁଗୁଳ ଥାନାରେ ଆତ୍ମ ସମର୍ପଣ କରିଛି । ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଅନୈତିକ ସମ୍ପର୍କ ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ୍ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି । ସେପଟେ ଅଭିଯୁକ୍ତ ଯୁବକ ସାମାନ୍ୟ ମାନସିକ ବିକାରଗ୍ରସ୍ତ ଥିଲା। ତାଙ୍କ ଚିକିତ୍ସା ଚାଲିଥିବା ପରିବାର ଲୋକ କହିଛନ୍ତି ।

Leave A Reply

Your email address will not be published.

error: Content is protected !!