ବେଆଇନ କୋଇଲା ଖୋଳା ଅଭିଯୋଗରେ ଜଣେ ଗିରଫ

You are currently viewing ବେଆଇନ କୋଇଲା ଖୋଳା ଅଭିଯୋଗରେ ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଗୋହିରାପଶୀ ଗାଁରେ ବେଆଇନ କୋଲା ଖୋଳି ବ୍ୟବସାୟ କରୁଥିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ପୁଲିସ ଏକ ବିଶ୍ବସ୍ତ ସୂତ୍ରରୁ ଖବରପାଇ ରବିବାର ଅପରାହ୍ନରେ ଗୋହିରାପଶୀ ଗାଁରେ ଚାଲିଥିବା ବେଆଇନ କୋଇଲା ଖଣିରେ ଚଢ଼ାଉ କରିଥିଲା। ପୁଲିସ ଦେଖି ୨ ଜଣ ଫେରାର ହୋଇଯାଇଥିବା ବେଳେ ଗାଁର ବାବୁଲା ବେହେରା(୩୫)ଙ୍କୁ କାବୁ କରିବାରେ ସଫଳ ହୋଇଥିଲା। ଏଥିସହ ପୁଲିସ ୩ଟି ବାଇକ୍ ଜବତ କରିଛି। ଅଭିଯୁକ୍ତ ବାବୁଲାଙ୍କୁ ସୋମବାର କୋର୍ଟ ଚାଲାଣ କରି ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜୁଛି।

Share

Leave a Reply