ପୁଣି ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ, ଛେଳି ଚରାଇବାକୁ ଯାଇ ଥିଲେ ନିଖୋଜ

You are currently viewing ପୁଣି ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ, ଛେଳି ଚରାଇବାକୁ ଯାଇ ଥିଲେ ନିଖୋଜ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଏବେ ବି ଚାଲିଛି ହାତୀ ଆଉ ମଣିଷଙ୍କ ଲଢ଼େଇ। ସ୍ଥାନୀୟ ବନ୍ତଳା ଥାନା ଅନ୍ତର୍ଗତ ପୁରୁଣାଗଡ଼ ମାଟିଆସାହି ପଞ୍ଚାୟତର କନ୍ଧସାହି ଗ୍ରାମର କୃଷ୍ଣ (ଶମ୍ଭୁ) ବେହେରା ଛେଳି ଚରାଇବାକୁ ଯାଇ ହାତୀ ଆକ୍ରମଣର ଶିକାର ହୋଇଛନ୍ତି। ଆଜି ସକାଳେ ପରିବାର ଲୋକ ଖୋଜାଖୋଜି କରିବା ବେଳକୁ ନିକଟସ୍ଥ କଳାପାଟ ପାହାଡ଼ ତଳ ଜଙ୍ଗଲରୁ ତାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ। ତାଙ୍କ ବୟସ ପାଖାପାଖି ୬୫ ବର୍ଷ ହେବ ବୋଲି ପରିବାର ଲୋକ କହିଛନ୍ତି। ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବାର ପାରିପାର୍ଶ୍ଵିକ ସ୍ଥିତିରୁ ଜଣାପଡ଼ୁଛି।
ତେବେ ୧୦ ଦିନ ପୂର୍ବରୁ ଏହି ଅଞ୍ଚଳ ନିକଟସ୍ଥ ପୋକୁଣ୍ଡା ଗ୍ରାମରେ ଶିକାରୀ ଗୁଳିରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା। ଅଞ୍ଚଳରେ ପାଖାପାଖି ୭୦ଟି ହାତୀପାଞ୍ଚ ଦିନ ଧରି ରହି ବ୍ୟାପକ କ୍ଷୟକ୍ଷତି କରି ଆସୁଛନ୍ତି। ଏନେଇ ବନ ବିଭାଗ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।

Share

Leave a Reply